ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସର୍ବ ଭାରତୀୟ ୟୁ ପି ଏସ୍ ସି (UPSC) ତଥା ପବ୍ଲିକ୍ ସର୍ଭିସ ପରୀକ୍ଷାରେ ପାରଳାଖେମୁଣ୍ଡିର ମୂଳ ବାସିନ୍ଦା ତଥା ବ୍ରହ୍ମପୁର ଠାରେ ରହୁଥିବା ଦୁର୍ଗା ପ୍ରସାଦ ଅଧିକାରୀ ୨୦୫ ତମ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।
ବ୍ରହ୍ମପୁର ସ୍ଥିତ ବିଦ୍ୟା ନଗରରେ ରହୁଥିବା ଚଣ୍ଡି ପ୍ରସାଦ ଅଧିକାରୀ ଏବଂ ଜ୍ୟୋତ୍ସ୍ନାରାଣୀ ଅଧିକାରୀଙ୍କ ପୁତ୍ର ଦୁର୍ଗା , ନିଜର ପ୍ରାରମ୍ଭିକ ବିଦ୍ୟାଳୟ ଶିକ୍ଷା ସ୍ଥାନୀୟ ବ୍ରହ୍ମପୁର ସ୍ଥିତ ଗୁରୁ ନାନକ ପବ୍ଲିକ୍ ସ୍କୁଲରୁ ସମାପନ କରି ଖଲ୍ଲିକୋଟ ମହାବିଦ୍ୟାଳୟରେ +୨ ବିଜ୍ଞାନରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ।
ତାହା ପରେ ଭୁବନେଶ୍ୱର ସ୍ଥିତ କଲେଜ ଅଫ୍ ଇଂଜିନିୟରିଂ ଏଣ୍ଡ ଟେକ୍ନୋଲୋଜିରୁ ମେକାନିକାଲରେ ସ୍ନାତକ ଶିକ୍ଷା ସମାପନ କରିଥିଲେ।
ତାହାପରେ ବାଙ୍ଗାଲୋରରେ ରବର୍ଟ ବସ୍ କମ୍ପାନୀରେ ୨୦୧୬ ରୁ ୨୦୧୮ ପର୍ଯ୍ୟନ୍ତ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ।
ପରେ ୨୦୧୮ ରୁ ୨୦୨୦ ପର୍ଯ୍ୟନ୍ତ ଗୁରୁ ଗାଓଁ ଠାରେ ମାରୁତି ସୁଜିକି କମ୍ପାନୀରେ ସହକାରୀ ପରିଚାଳକ ରୂପେ ଅବସ୍ଥାପିତ ହୋଇଥିଲେ। ୨୦୨୦ ବ୍ରହ୍ମପୁର ଫେରିଆସି କେନ୍ଦ୍ରୀୟ ପବ୍ଲିକ୍ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ନିଜର ଦୃଢ ସଂକଳ୍ପ ଏବଂ ଆତ୍ମବିଶ୍ୱାସ ଫଳରେ ସେ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।
ପାରଳାଖେମୁଣ୍ଡି ଗୋପିନି ସହି ସ୍ଥିତ ସ୍ୱର୍ଗତ ସଚ୍ଚିଦାନନ୍ଦ ଅଧିକାରୀ ଏବଂ ବାସନ୍ତୀ ଅଧିକାରୀଙ୍କ ପୌତ୍ର ଦୁର୍ଗା ପ୍ରସାଦ ଅଧିକାରୀ ପାରଳା ମାଟି ପାଇଁ ଗୌରବ ଆଣିପାରିଛନ୍ତି। ତାଙ୍କରି ଏହି ବିରଳ କୃତିତ୍ୱ ପାଇଁ ପାରଳାବାସୀ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.