ପଦ୍ମପୁର:ଅଞ୍ଚଳ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ଡେମୋନଷ୍ଟ୍ରେଟର ଶ୍ରୀଯୁକ୍ତ ଚୌବନ ସ୍ୱାଇଁଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ବିଭାଗୀୟ ମୁଖ୍ଯ ଡ଼ ମନୋଜ କୁମାର ପ୍ରଧାନ ସଭାପତିତ୍ବ କରି ସଭାକୁ ଆଗକୁ ବଢ଼ାଇଥିଲେ। ବିଭାଗର ଅନ୍ୟାନ୍ଯ ଅଧ୍ୟାପକ ଶ୍ରୀ ଚନ୍ଦ୍ରକାନ୍ତ ସୁନା, ଶ୍ରୀ ଦେବାଶିଷ ସାହୁ, ଶ୍ରୀ ହୃଦାନନ୍ଦ ପାତ୍ର , ଶ୍ରୀଯୁକ୍ତ ସ୍ୱାଇଁଙ୍କ ଏହି ମହାବିଦ୍ୟାଳୟରେ 37 ବର୍ଷ କାଳର ଅନୁଭୂତି ତଥା ତାଙ୍କ ନିଷ୍ଠାପର, ନିସ୍ୱାର୍ଥପର କାର୍ଯ୍ଯ ସମ୍ପର୍କରେ ଅବଗତ କରିଥିଲେ । ଶ୍ରୀଯୁକ୍ତ ସ୍ୱାଇଁ ମଧ୍ଯ ତାହାଙ୍କ ଏହି କାର୍ଯ୍ୟକାଳ ମଧ୍ଯରେ ଏହି ବିଭାଗ ସହ ଜଡିତ ଥିବା ଅନୁଭୂତି ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି ସମ୍ବର୍ଦ୍ଧନା ସଭାକୁ ରସାୟନ ବିଜ୍ଞାନ ବିଭାଗର ପ୍ରଥମ, ଦ୍ୱିତୀୟ, ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ଆୟୋଜନ କରି ସୂଚାରୁ ରୂପେ ପରିଚାଳନା କରିଥିଲେ ଏବଂ ଶ୍ରୀଯୁକ୍ତ ସ୍ୱାଇଁଙ୍କର ଅବଶିଷ୍ଟ ଜୀବନ ସୁସ୍ଥ, ସୁନ୍ଦର, ସୁଖମୟ ଓ ଦୀର୍ଘାୟୁ ଜୀବନର କାମନା କରିଥିଲେ । ଶେଷରେ ଅଧ୍ୟାପକ ଶ୍ରୀ ଚନ୍ଦ୍ରକାନ୍ତ ସୁନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକୁ ସାଂଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.