ନାବାଳିକା ଗଣ ବଳାତ୍କାର ମାମଲାରେ ଦୁଇ ଜଣଙ୍କୁ ୨୦ ବର୍ଷ ଜେଲ ଦଣ୍ଡ

0

କେନ୍ଦୁଝର/ସିଦ୍ଧେଶ୍ୱର ସାହୁ : ସ୍ଥାନୀୟ ଅତିରିକ୍ତ ଜିଲା ଓ ସ୍ଵତନ୍ତ୍ର ଜଜ ଆଜି ଏକ ଗଣ ବଳାତ୍କାର ମାମଲାର ଶୁଣାଣି କରି ଦୁଇ ଜଣ ଙ୍କୁ କୋଡ଼ିଏ ବର୍ଷ ଜେଲ ଓ ୫୮ ହଜାର ଟଙ୍କା ଫାଇନ ଦଣ୍ଡାଦେଶ କରିଛନ୍ତି। ଘଟଗାଁ ଥାନା ଅଂଚଳରେ ଅପ୍ରେଲ ୨୦୧୭ ରେ ଘଟିଥିଲା। ପାଲା ଦେଖିବାକୁ ଯାଇଥିବା ବେଳେ ଏହି ଦୁଇ ଜଣଙ୍କ ସହିତ ଅନ୍ୟ ଜଣେ ବାଳ ଅପରାଧୀ ଉକ୍ତ ୧୭ ବର୍ଷ ନାବାଳିକାକୁ ଉଠାଇ ନେଇ ବଳାତ୍କାର କରିଥିଲେ। ୨୨ ଜଣ ସାକ୍ଷୀ ଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟ କୁ ଆଧାର କରି ଏହି ଦଣ୍ଡାଦେଶ କରିଥିବା ସରକାରୀ ଆଇନଜୀବି ଗଣେଶ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.