ଗାଇସିଲାଟ :ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତ ଜାମୁଟପାଲି ଗାଁ ର ବ୍ୟାଙ୍କ କର୍ମଚାରୀ ସ୍ବର୍ଗତ ହରିହର ଦେବତା ତଥା ଚାଷୀ ନେତା କିଶୋର ଚନ୍ଦ୍ର ଦେବତା ଙ୍କ ଝିଆରୀ ନୀଳମ୍ ଦେବତା ।ବରପାଲି ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ଅଧ୍ୟାପିକା ଶ୍ରୀମତୀ ଦେବତା ଗବେଷଣା ସଂପୂର୍ଣ୍ଣ କରି ଡକ୍ଟରେଟ୍ ଲାଭ କରିଛନ୍ତି। ତାଙ୍କ ସନ୍ଦର୍ଭ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛି। ଏହାର ପରୀକ୍ଷିତ ନାଗାଲାଣ୍ଡ ବିଶ୍ବବିଦ୍ୟାଳୟ ର ପ୍ରଫେସର ଏନ୍ ଡି ଆର ଚନ୍ଦ୍ରା ଏବଂ ଜନାର୍ଦ୍ଦନ ରାଏ ନଗର ରାଜସ୍ଥାନ ବିଦ୍ୟାପିଠ ବିଶ୍ବବିଦ୍ୟାଳୟ ର ପ୍ରଫେସର ହେମେନ୍ଦ୍ର ସିଂ ଚନ୍ଦଳିଆ କରିଥିଲେ। ପ୍ରଫେସର ଡ଼.କାଳିଦାସ ମିଶ୍ର ଙ୍କ ତତ୍ବାବଧାନରେ ସମସ୍ତ କାର୍ଯ୍ୟ ହୋଇଥିଲା। ଆହୁରି ମଧ୍ୟ ଶ୍ରୀ ମତୀ ଦେବତା ଗତ ୨୦୧୦ମସିହା ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ପାଇଥିଲେ। ଉକ୍ତ ଗବେଷଣା ଲବ୍ଧ ସଫଳତା ପାଇଁ ନିଜ ଦୀଗଦର୍ଶକ ଡକ୍ଟର କାଳିଦାସ ମିଶ୍ରଙ୍କ ଅକୁଣ୍ଠ ସହଯୋଗ ପରିବାର ର ସମସ୍ତ ଙ୍କ ପ୍ରେରଣା ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଗୁଦେରପାଲି ଦେବତା ପରିବାର ର ଝିଅ ଶ୍ରୀମତି ନୀଲମ୍ (ଟୁଇଙ୍କିଲ) ତାଙ୍କର ଏହି ସଫଳତା ତାଙ୍କ ବାପା ସ୍ବର୍ଗତ ହରିହର ଦେବତା ଙ୍କ ପ୍ରେରଣା ବିନା ହୋଇ ନ ଥାନ୍ତା ବୋଲି କହିଛନ୍ତି।ସେ ବରଗଡ଼ ମିନିଷ୍ଟେଡିୟମ ନିକଟସ୍ଥ ବାସିନ୍ଦା ତଥା ବ୍ୟାଙ୍କ କର୍ମଚାରୀ ସ୍ବର୍ଗତ ସୁରେନ୍ଦ୍ର ତ୍ରିପାଠୀ ଓ ଶ୍ରୀମତୀ ସୁବାସିନି ତ୍ରିପାଠୀ ଙ୍କ ପୁତ୍ର ବଧୁ ତଥା ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟରତ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ସୈାଭାଗ୍ୟ ରଞ୍ଜନ ତ୍ରିପାଠୀ ଙ୍କ ପତ୍ନୀ ଅଟନ୍ତି। ତାଙ୍କ ଏହି ସଫଳତା ପାଇଁ ଦେବତା ପରିବାର ତଥା ଗୁଦେରପାଲି ଅଞ୍ଚଳ ରେ ତାଙ୍କପାଖକୁ ଶୁଭେଚ୍ଛା ର ସୁଅ ଛୁଟୁଛି।
Sign in
Sign in
Recover your password.
A password will be e-mailed to you.