ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଶ୍ରୀ ରଘୁନାଥ ଜୀଉଙ୍କୁ ଦର୍ଶନ

0

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପୁରୀ ସଂସଦୀୟ କ୍ଷେତ୍ର ପରିକ୍ରମା ରେ ଆସି ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉଙ୍କୁ ଦର୍ଶନ କରିଥିଲେ। ପୂଜକ ପରିଷଦ ଓ ସୁଆର ସେବକ ପରିଷଦ ର କର୍ମକର୍ତ୍ତା ଶ୍ରୀଜୀଉଙ୍କ ମନ୍ଦିର ର ପାରିପାର୍ଶ୍ୱିକ ଉନ୍ନତି ଏବଂ ନୟାଗଡ଼ ଠାରୁ ଓଡ଼ଗାଁ ଦେଇ ଗୋପାଳପୁର କୁ ରେଳପଥ ନିର୍ମାଣ ପାଇଁ ଶ୍ରୀ ପାତ୍ରଙ୍କର ଦ୍ରୁଷ୍ଟି ଆକର୍ଷଣ କରିଥିଲେ। ଆଗାମୀ ଦିନରେ ମନ୍ଦିର ସମସ୍ୟାକୁ ସରକାରଙ୍କ ପାଖରେ ପହଞ୍ଚାଇବା ସହିତ ମନ୍ଦିର ଉନ୍ନତି କରଣ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଠାରୁ ସେ କୁରାଳ ନିକଟସ୍ଥ ନାଉରିଆଗଡା ଯାଇ ସେଠାରେ ଏକଶହ ରୁ ଉର୍ଦ୍ଧ୍ବ କର୍ମୀ ଓ ସମର୍ଥକଙ୍କ ସହିତ ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ୨୦୧୯ ସାଧାରଣ ନିର୍ବାଚନ ରେ ମାତ୍ର ୧୬ ଦିନ ପ୍ରଚାର କରି ବହୁ ଆଶୀର୍ବାଦ ପାଇଥିବା ନେଇ ସମସ୍ତଙ୍କୁ କ୍ରୁତଜ୍ଞତା ଜଣାଇଥିଲେ। ।  ନୟାଗଡ଼ ବିଜେପି ନେତ୍ରୀ ଇରାନୀ ରାୟ, ନସିର ମହମ୍ମଦ, ଧରିତ୍ରୀ ସେଠୀ, ପ୍ରହଲ୍ଲାଦ ବରାଡ଼, ଦୁର୍ଗା ପଣ୍ଡା, ଦିଲ୍ଲୀପ୍ ବେହେରା, ପ୍ରମୁଖ ବିଜେପି ର ତ୍ରୁଣମୂଳ ନେତୃତ୍ବ ଆସି ଏକାଠି ହୋଇଥିଲେ ମଧ୍ଯ ବହୁ ପ୍ରଭାବଶାଳୀ ଓ କର୍ମୀ ମାନଙ୍କୁ ଏଠାରେ ଦେଖିବାକୁ ମିଳିନଥିଲା। ପରବର୍ତ୍ତୀ ସମୟରେ ଶ୍ରୀ ପାତ୍ର କୋମଣ୍ଡ, ଓଡ଼ଗାଁ, ଆମ୍ବରାପୁର ଯାଇ ସମର୍ଥକଙ୍କ ସହିତ ମିଶିଥିଲେ। ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ରେ ଏବଂ ଓଡ଼ଗାଁ ରେ ବିଜେପି ନେତା, କର୍ମୀ ଓ ସମର୍ଥକ ଏକାଠି ନହେଲ ଦଳ ସୁଫଳ ପାଇବାରୁ ଦୂରେଇ ଯିବ।
Leave A Reply

Your email address will not be published.