ଶ୍ରୀରାମ ବିହାର ସୌନ୍ଦର୍ଯ୍ୟକରଣ-ପ୍ରସାଦସେବନ ମଣ୍ଡପ ପାଇଁ ୨୦ଲକ୍ଷ ଟଙ୍କା ମଞ୍ଜୁର

0

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିର ଉତ୍ତର ପାର୍ଶ୍ୱରେ ଥିବା ଶ୍ରୀରାମ ବିହାର ର ସୌନ୍ଦର୍ଯ୍ୟକରଣ ଓ ପ୍ରସାଦସେବନ ମଣ୍ଡପ ନିର୍ମାଣ ପାଇଁ ୨୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଓଡ଼ଗାଁ ବ୍ଳକ୍ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ନେତୃତ୍ୱରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା, ଏବଂ ଅନ୍ୟମାନେ ରଘୁନାଥ ମନ୍ଦିର ଯାଇ ସେବାୟତ ପୂଜକ ମାନଙ୍କ ଠାରୁ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ | ଶ୍ରୀରାମ ବିହାର ରେ ରାମାୟଣ କଥାବସ୍ତୁକୁ ନେଇ ନିର୍ମାଣ ହୋଇଥିବା ମୂର୍ତ୍ତି ଗୁଡିକର ମରାମତ ଓ ରକ୍ଷଣାବେକ୍ଷଣ ପାଇଁ ୫ଲକ୍ଷ ଟଙ୍କା ଏବଂ ପ୍ରସାଦସେବନ ମଣ୍ଡପ ନିର୍ମାଣ ପାଇଁ ୧୫ଲକ୍ଷ ଟଙ୍କା ଏହିପରି ୨୦ଲକ୍ଷ ଟଙ୍କାର କାର୍ଯ୍ୟ ଆରମ୍ଭ କରିବା ପାଇଁ ଯନ୍ତ୍ରୀଙ୍କୁ ଅଧ୍ୟକ୍ଷ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.