ଖଇରା/ ବୁଲୁ ଲେଙ୍କା : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଧିନସ୍ଥ ଅନ୍ତରା ଲକ୍ଷ୍ମୀ ପୂଜା ମଣ୍ଡପ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରଫୁଲ୍ଲ କୁମାର ଦାଶ ସଭାପତିତ୍ବ କରିଥିଲାବେଳେ ଅନ୍ତରା ପଞ୍ଚାୟତ ର ସରପଞ୍ଚ ରଶ୍ମୀତା ଜେନା ସମିତି ସଭ୍ୟ ସବିତା ରାଣୀ ପଣ୍ଡା , ଭାଗିରଥୀ ମହାପାତ୍ର, କୃଷ୍ଣ ଚନ୍ଦ୍ର ଜେନା , ନରେଶ କୁମାର କର, , ଶ୍ୟାମ ସୁନ୍ଦର ଜେନା , କୁଷ୍ଠ ଚନ୍ଦ୍ର ଦାଶ, ମହେନ୍ଦ୍ର ସେନାପତି, ସନାତନ ବେହେରା, ଜ୍ୟୋତି ରଞ୍ଜନ ପଣ୍ଡା ରତ୍ନାକର ଶୁକ୍ଳ ଅନ୍ତରା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଅନନ୍ତ କିଶୋର ମହାପାତ୍ର ଲକ୍ଷ୍ମୀଧର ସାମଲ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ରାଜେନ୍ଦ୍ର କୁମାର ଜେନା ଙ୍କ ଉଦେଶ୍ୟ ରେ ତାଙ୍କର ଗୁଣା ବଳି ଉପରେ ଆଲୋଚ ନା କରାଯାଇଥିଲା । ରାଜେନ୍ଦ୍ର କୁମାର ଜେନା ଗରସଙ୍ଗ ପଞ୍ଚାୟତ ରେ ତିନି ତିନି ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ସହିତ ସମିତି ସଭ୍ୟ ଏବଂ ଛଅ ନମ୍ବର ଜୋନ୍ ରେ ଜିଲ୍ଲା ପରିଷଦ ଭାବେ ନିର୍ବାଚିତ ହୋଇ ସାଧାରଣ ଜନତା ଙ୍କ ସେବା କରିଥାନ୍ତି। ସେ ଜଣେ ଥିଲେ କଂଗ୍ରେସ ର ଆଗ ଧାଡିରେ ଜନ ନେତା , ପରଉପକାରୀ , ଲୋଙ୍କମାନଙ୍କ ଦୁଃଖ ସୁଖ ର ସାଥୀ ହୋଇ ଜନତା ଙ୍କ ସେବା କରି ସିମୁଳିଆ ନିର୍ବାଚନ ମଣ୍ଡଳୀ ରେ ଲୋକ ମାନଙ୍କ ପ୍ରିୟ ପାତ୍ର ହୋଇଥିଲେ ।
ଏ ଅଞ୍ଚଳ ବାସୀଙ୍କ ଗର୍ବ ଓ ଗୌରବ ଓ ମଣିଷ ଗଢା ବିଦ୍ଧାଣୀ ଟିଏ ବୋଲି ଝିଙ୍କିରିଆ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ କୈଳାଶ ଚନ୍ଦ୍ର ମାଝୀ ମତ୍ତ ପ୍ରକାଶ କରିଥିଲେ । ଏଥି ସହିତ ଅନ୍ତରା ବଜାର ର ସମସ୍ତ ଦୋକାନୀ ମାନେ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ରାଜେଶ କୁମାର କର ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅମର ଆତ୍ମା ର ସତଗତି ନିମନ୍ତେ ଜଗନ୍ନାଥ ଠାରେ ପ୍ରାର୍ଥନା କରିଥିଲେ |
Sign in
Sign in
Recover your password.
A password will be e-mailed to you.
Next Post