ଖଇରା (ବୁଲୁ ଲେଙ୍କା): ଆଧୁନିକ ଯୁଗରେ ପିଲାମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବା ସହିତ ଅନେକ ସଫଳତା ହାସଲ କରିଛନ୍ତି। ସେହିଭଳି ଏକ ଅନନ୍ୟ ପ୍ରତିଭା ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଅଧିନସ୍ଥ ଅନ୍ତରା ପଞ୍ଚାୟତର ନୁଆ ଗ୍ରାମର ଝିଅ ଅଭିଲିପ୍ସା ଉପାଧ୍ୟାୟ। ସମ୍ପ୍ରତି ଖଇରା ଅଞ୍ଚଳର ଏକ ଅନନ୍ୟ ପ୍ରତିଭା, ୟୁଟୁବ ରୁ ଶିକ୍ଷା ଅର୍ଜ୍ଜନ କରିଥିବା ଅଭିଲିପ୍ସା ମଡେଲିଂ, ଫେସନ, ରାମ୍ପ ୱlକ,ନାଚ ଏବଂ ସଙ୍ଗୀତ କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ନିଜ ପ୍ରତିଭାର ସଫଳତା ସାଉଁଟିଛନ୍ତି। ବାଲେଶ୍ଵର ଠାରେ ଅନୁଷ୍ଠିତ ସ୍ନୋ – ଫେଷ୍ଟିଭାଲ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଖଇରା ବ୍ଳକ ଅନ୍ତରା ପଞ୍ଚାୟତ ନୂଆ ଗ୍ରାମର ଅଭିଲିପ୍ସା ଉପାଧ୍ୟାୟ ରାମ୍ପ ୱlକ୍ ଫାଇନାଲ ରାଉଣ୍ଡରରେ ରନର୍ସ ଅପ ଭାବେ ଖଇରା ପାଇଁ ଗର୍ଵ ଆଣି ଦେଇଛନ୍ତି । ପିଲାଟି ଦିନରୁ ଫ୍ୟାସନ, ନାଚ , ଗୀତ, ସଙ୍ଗୀତ ରେ ରୁଚି ରଖିଥିବା ଅଭିଲିପ୍ସା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିଯୋଗିତାରେ ସଫଳତା ହାସଲ କରି ସମ୍ମାନୀତ ହେଇଛନ୍ତି । ସେ ଜଣେ ମେଧାବୀ ଛାତ୍ରୀ ଏବଂ ବର୍ତ୍ତମାନ ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୩ ଦ୍ୱିତୀୟ ବର୍ଷରେ ଅଧ୍ୟୟନରତ । ଅଭିଲିପ୍ସା ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ତ୍ରିଲୋଚନ ଉପାଧ୍ୟାୟଙ୍କ ବଡ଼ ଝିଅ । ଏକ ସୁନ୍ଦର ସଫଳତା ହାସଲ ସହ ଆଗାମୀ ଦିନରେ ଅଭିଲିପ୍ସାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହ ଆୟୁଷ୍ମlନ୍ ଫାଉଣ୍ଡେସନ ତରଫରୁ ଆଜି ତାଙ୍କ ବାସ ଭବନରେ ତାଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଆଗାମୀ ଦିନରେ ଅଭିଲିପ୍ସା ଖଇରା ମାଟିର ଗର୍ବ ଓ ଗୌରବକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରତିପାଦିତ କରନ୍ତୁ ବୋଲି ଫାଉଣ୍ଡେସନର ସଂସ୍ଥାପକ ବିଶ୍ୱାଳ ପ୍ରକାଶ କରିବା ସହିତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.