ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଲା ଯୋଜନା ସଂଯୋଜକ ଶ୍ରୀ ଲକ୍ଷ୍ମୀ ନାରାୟଣ ହୋତା ନିଜ ଗବେଷଣାତ୍ମକ ସନ୍ଦର୍ଭ “ Watershed Management Programmes Towards Sustainable Tribal Development: A Study of Koraput District , Odisha” ବିଷୟରେ ଗବେଷଣା କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଦିବାସୀ ଶିକ୍ଷା (Tribal Studies) ବିଭାଗରୁ ସମ୍ମାନସୂଚକ ଡକ୍ଟରେଟ (Ph.D) ଉପାଧି ଲାଭ କରିଛନ୍ତି।
ଜଟଣୀ କଲେଜର ଅର୍ଥଶାସ୍ତ୍ର ବିଭାଗର ପ୍ରଧ୍ୟ୍ୟାପକ ଡକ୍ଟର ଅନୁପ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ଏହି ସନ୍ଦର୍ଭଟି ପ୍ରସ୍ତୁତ କରିଛନ୍ତି। ଏହି ସନ୍ଦର୍ଭଟି ପ୍ରଫେସର ଡକ୍ଟର ସୁବିର ବିଶ୍ୱାସ , ପଶ୍ଚିମବଙ୍ଗ ରାଜ୍ୟ ବିଶ୍ୱବିଦ୍ୟାଳୟ , କଲକୋତା ଓ ପ୍ରଫେସର ଡକ୍ଟର ମାଗୁଣି ଚରଣ ବେହେରା , ରାଜୀବଗାନ୍ଧି ବିଶ୍ୱବିଦ୍ୟାଳୟ , ଅରୁଣାଞ୍ଚଳଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହୋଇଅଛି।
ବର୍ତ୍ତମାନ କୋରାପୁଟ ନିବାସୀ ଡକ୍ଟର ଲକ୍ଷ୍ମୀ ନାରାୟଣ ହୋତା ପାରଳାଖେମୁଣ୍ତି ରାଜଗୁହୁସାହି ସ୍ଥତ ସ୍ୱର୍ଗତ ରମେଶ ଚନ୍ଦ୍ର ହୋତା ଓ ପ୍ରଭାସିନୀ ହୋତାଙ୍କ ଜୈଷ୍ଠ ପୁତ୍ର , ସ୍ୱର୍ଗତ ରାମଚନ୍ଦ୍ର ବ୍ରହ୍ମା ଓ ସତ୍ୟଭାମା ବ୍ରହ୍ମାଙ୍କ ନାତି। ସେ ପାରଳାଖେମୁଣ୍ଡି ମହେନ୍ଦ୍ରଗିରି ମୁନିସିପାଲ ହାଇସ୍କୁଲ ଏବଂ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ସ୍ନାତକ, ସ୍ନାତକୋତ୍ତର ପରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ , ବ୍ରହ୍ମପୁରରୁ ଆଇନରେ ସ୍ନାତକ କରିଥିଲେ। ତାଙ୍କର ଏ ସଫଳତା ପାଇଁ ସେ ତାଙ୍କ ପିତା ମାତାଙ୍କ ନିକଟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଏ ସଫଳତାର ଶ୍ରେୟ ପାଇଁ ସେ ତାଙ୍କର ତତ୍ତ୍ୱାବଧାରକ ତଥା ଗାଇଡ୍ ଡକ୍ଟର ଅନୁପ କୁମାର ମହାନ୍ତି , ଡକ୍ଟର ପ୍ରଫୁଲ ଚନ୍ଦ୍ର ମହାପାତ୍ର , ନିର୍ଦ୍ଦେଶକ , COATS , କୋରାପୁଟ, ପ୍ରଫେସର ଡକ୍ଟର ଜଗବନ୍ଧୁ ସାମଲ , ପ୍ରଫେସର ଡକ୍ଟର ରବି ନାରାୟଣ ପାତ୍ର ଓ ସନ୍ଦର୍ଭର ଦୁଇ ପରୀକ୍ଷକଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏହି ସଫଳତା ପାଇବାରେ ସଂପୂର୍ଣ୍ଣ ସହଯୋଗ କରିଥିବା କୋରାପୁଟ ଜଳବିଭାଜିକା ଓ COATSର କର୍ମଚାରୀ, ସହକର୍ମୀ ଏବଂ ପରିବାର ବର୍ଗଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.