ଭୁବନେଶ୍ୱର / ନୂଆଦିଲ୍ଲୀ :ଇତିହାସ, ଐତିହ୍ୟ, ସଂସ୍କୃତି ଏବଂ ପରପଂରାର ସୁରକ୍ଷା ଦାୟୀତ୍ୱ ହେଉଛି ଆମ ସମସ୍ତଙ୍କର । ଏହାକୁ ସୁରକ୍ଷିିତ ରଖିନପାରିଲେ ଭବିଷ୍ୟତ ପୀଢି କେବେହେଲେ ଆମକୁ କ୍ଷମା କରିବେ ନାହିଁ । ଶ୍ରୀମନ୍ଦିର ପରିକ୍ରମାକୁ ନେଇ ଓଡିଆ ଏବଂ ଓଡିଶାର ସଂସ୍କୃତିକୁ ନେଇ ଯେଉଁ ଭଳି ଭାବେ ବେନିୟମ କାର୍ଯ୍ୟ କରାଯାଉଛି, ତାହା ଅତ୍ୟନ୍ତ ଦୁଃଖଦାୟକ । ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟ ଆରମ୍ଭ ହେବା ସମୟରେ ପୁରାତନ ଐତିହ୍ୟ ଧ୍ୱସଂ ପାଇବାର ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ଆଜି ସତ୍ୟ ପ୍ରମାଣିତ ହୋଇଛି ।ଶ୍ରୀମନ୍ଦିରର ୧୦୦ ମିଟର ନିଷିଦ୍ଧାଂଚଳ ଏବଂ ୨୦୦ ମିଟର ହେଉଛି ରେଗୁଲେଟେଡ ଅଂଚଳ । ଏହା ସତ୍ୱେ ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଭିତରେ ନିଷିଦ୍ଧାଂଚଳରେ ବେନିୟମ ଭାବେ ଖନନ କରାଯିବା ଏବଂ ପରିଧି ଭିତରେ ଥିବା ଏମାର ମଠର ଭଗ୍ନବଶାଷ ସ୍ୱରୁପ ସିଂହ ମୂର୍ତି ଭଗ୍ନବସ୍ଥାରେ ମିଳିବା ଚିନ୍ତାର ବିଷୟ ।ଗଙ୍ଗ ରାଜତ୍ୱ ସମୟର ଏହି କିର୍ତିରାଜ କେବଳ ଏକ ଭଗ୍ନ ସିଂହ ପ୍ରତିମୂର୍ତି ନୁହେଁ ବରଂ ଏହି ମୂର୍ତି ହେଉଛି ଓଡିଆ ଜାତିରପ୍ରତୀକ, ଇତିହାସ ଏବଂ ସ୍ୱାଭିମାନ । ବିନାନୁମତିରେ କାର୍ଯ୍ୟ ହେଉଥିବାରୁ ଏଏସଆଇ ବାରମ୍ବାର ତାଗିଦ୍ କରିବା ସତ୍ୱେ ରାଜ୍ୟ ସରକାରଙ୍କ କଳାପାହାଡ ଆଚରଣ ଏବଂ ଜିଦଖୋର ମନୋଭାବ କାରଣରୁ ଭଗ୍ନସିଂହ ସ୍ୱରୁପ ଐତିହ୍ୟ କିର୍ତିରାଜ ଆଜି ଆମ ସମସ୍ତଙ୍କୁ ଐତିହ୍ୟ ଓ ଇତିହାସର ସୁରକ୍ଷାକୁ ନେଇ ପ୍ରଶ୍ନ କରୁଛି । ଐତିହ୍ୟ ଓ ଇତିହାସକୁ ରାଜ୍ୟ ସରକାର କାହିଁକି ସଂରକ୍ଷିତ ରଖିିବେ ନାହିଁ ବୋଲି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ପ୍ରଶ୍ନ କରିଛନ୍ତି ।
ନୁଆଦିଲ୍ଲୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ପାତ୍ର କହିଛନ୍ତି ଯେ, ସତ କେବେହେଲେ ଲୁଚି ରହେ ନାହିଁ । ଶ୍ରୀମନ୍ଦିର ପରିକ୍ରମା ଅଂଚଳ ଖନନ କରାଯିବା ପୂର୍ବରୁ ଗ୍ରାଉଣ୍ଡ ପେନେଟ୍ରେଟିଂ ସଠିକ ସର୍ଭେ କାର୍ଯ୍ୟ କରିନଥିଲେ । ଏଭଳି ବେଆଇନ ଖନନ ଦ୍ୱାରା କଣ କଣ କ୍ଷତି ହେବ, ତାର ଅନୁସନ୍ଧାନ ହୋଇନଥିଲା । ଏପରିକି ଜିପିଆରଏସ ସର୍ଭେ ମଧ୍ୟ କରାଇନଥିଲେ । ଜେସିବି ଓ ବଡ ବଡ ମେସିନ ଦ୍ୱାରା ଖନନ କାର୍ଯ୍ୟ ହେବା କାରଣରୁ ବହୁ ପୁରାତନ ଅବଶେଷ କ୍ଷତି ହେବା ସହ ଧ୍ୱଂସ ପାଇଲା । ଏପରିକି ଖନନ ସମୟରେ ବାହାରିଥିବା ମାଟିକୁ ସଂଗ୍ରହ ନକରି ବିକ୍ରି କରିଦିଆଯାଇଛି । ମାଟି ତଳେ ଅନେକ କିର୍ତୀରାଜ ଓ ପ୍ରାଚୀନ ଧ୍ୱଂସାବଶେଷ ରହିଯାଇଥିବାବେଳେ ଜେସିବି ମେସିନ ସାହାଯ୍ୟରେ ମାଟି ଖୋଳିବା ଏବଂ ଇତିହାସ ଓ ଐତିହ୍ୟକୁ ନଷ୍ଟ କରିବା ଆମ ସମସ୍ତଙ୍କ ମନକୁ ଶକ୍ତ ଆଘାତ ଦେଇଛି । ବୈଜ୍ଞାନିକ ପଦ୍ଧତିକୁ ବାଦ୍ ଦେଇ ଏବଂ ବିନା ଅନୁମତିରେ ଖନନ କାର୍ଯ୍ୟ ହୋଇଥିବାରୁ ଆଜି ଏଭଳି ସ୍ଥିତି ଉପୁଜିଛି ବୋଲି ଡ.ପାତ୍ର କହିଛନ୍ତି ।
ଆମ ସଂସ୍କୃତି, ଐତିହ୍ୟ, ପରଂପରା ଏବଂ ଇତିହାସକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ବୋଲି ହାଇକୋର୍ଟରେ ଦାଖଲ ହୋଇଥିବା ଏଏସଆଇର ସତ୍ୟପାଠ ଏବଂ ବର୍ତମାନ ବାହାରିଥିବା ଭଗ୍ନାବଶେଷରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । କଳାପାହାଡ ଏବଂ ଜିଦଖୋର ମନୋଭାବ ପରିତ୍ୟାଗ କରି ରାଜ୍ୟ ସରକାର ଐତିହ୍ୟ ଓ ସଂସ୍କୃତିପୂର୍ଣ୍ଣ ଓଡିଶା ଇତିହାସକୁ ସଂରକ୍ଷଣ ପ୍ରଦାନ କରିବାକୁ ଡ.ପାତ୍ର ନିବେଦନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.