କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ:କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଗ୍ରାମ ବାସିନ୍ଦା ତଥା ଟିକିରି ପଞ୍ଚାୟତର ପୂର୍ବତନ ୱାର୍ଡ ସଭ୍ୟ ବଂଶୀଧର ନାଏକଙ୍କ ଆଜି ପରଲୋକ ଘଟିଛି । ତାଙ୍କୁ ୩୩ବର୍ଷ ହୋଇଥିଲା। ଗତକାଲି ରାତିରେ ହଠାତ୍ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ବଂଶୀଧରଙ୍କୁ ସ୍ଥାନୀୟ ନୂଆପଡ଼ା ସ୍ଥିତ ଉତ୍କଳ ଆଲୁମିନା କଂପାନି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ମଧ୍ୟ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ପରିବାର ଲୋକ ତାଙ୍କୁ ଘରକୁ ନେଇ ଆସିଥିଲେ। ଆଜି ଭୋରରେ ନିଜସ୍ବ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ସେ ଜଣେ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ, ପୁଲିସ କର୍ମଚାରୀ, ଶିକ୍ଷକଙ୍କ ସହିତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ, ଉତ୍କଳ ଆଲୁମିନା ଜିଏମ (ସିକ୍ୟୁରିଟି) ଡମ୍ବରୁ ନାୟକଙ୍କ ସମେତ ବିଭିନ୍ନ ସ୍ଥାନୀୟ ଅଞ୍ଚଳରେ ନେତୃବୃନ୍ଦ ତାଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.