ଟ୍ରାନ୍ସଫର୍ମର ସଂସ୍ପର୍ଶ ରେ ଆସି ଯୁବକ ଗୁରୁତ୍ୱର

0

ଚିଲିକା(ସେକ କୌଶର )ବାଣପୁର ବ୍ଲକ ରତନପୁର ଗ୍ରାମର କୃଷ୍ଣ ବେହେରାଙ୍କ ପୁଅ ଗୋଲଖ ବେହେରା ବୟସ 26.ଘର ସାମ୍ନା ରେ ବିପଦ ସଂକୁଳ ଅବସ୍ତା ରେ ଥିବା ଏକ ଟ୍ରାନ୍ସଫର୍ମର ଦାଢ଼ ଦେଇ ଘରକୁ ଯାଉଥିବା ସମୟରେ ଟ୍ରାନ୍ସଫର୍ମର ସଂସ୍ପର୍ଶ ରେ ଆସିଥିଲେ | ସେଠାକର କିଛି ସ୍ଥାନିଅ ଲୋକ ସେ ରାସ୍ତା ଦେଇ ଯାଉଥିବା ସମୟରେ ଗୋଲଖ ବେହେରା ଙ୍କୁ ଟ୍ରାନ୍ସଫର୍ମର ଲାଗିଥିବା ଦେଖି ତୁରନ୍ତ ଇଲେକ୍ଟ୍ରି ଅଫିସ କୁ ଜଣାଇଥିଲେ | ସେଠାରୁ ପରିବାର ର କିଛି ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବାଣପୁର ମେଡିକାଲ ରେ ଭର୍ତି କରିଥିଲେ | ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ତା ଗୁରୁତ୍ୱ ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଅଛି |

ଗ୍ରାମବାସୀ ଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ଟ୍ରାନ୍ସଫର୍ମର ର ଚାରି ପାଖରେ ଆଧା ପନ୍ତରିଆ ହୋଇ ପଡିଥିବା ପାଚେରୀ ଯୋଗୁ ଆଜିର ଦୁଃଖଦ ଘଟଣାଟି ଘଟିଥିବାରୁ ଗ୍ରାମବାସି ଅଭିଯୋଗ କରିଛନ୍ତି |

Leave A Reply

Your email address will not be published.