ଅବକାରୀ ବିଭାଗର ଚଢ଼ାଉ, ୨ ଗିରଫ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତଙ୍କ ନିର୍ଦେଶ କ୍ରମେ ଓ ଅବକାରୀ ନିରୀକ୍ଷକ ହରି ହର ସିଂଙ୍କ ତତ୍ତ୍ଵାବଧାନରେ ଅବକାରୀ ଭାରପ୍ରାପ୍ତ ଅଧିକାରୀ କୁଶ ଜାଲଙ୍କ ପରିଚାଳନାରେ ରାଇଘର ବ୍ଳକର ଛତିଶଗଡ ସୀମାନ୍ତ ଅଞ୍ଚଳ ଯଥା ଗୁହାରମୁଣ୍ଡି, ଗୋନା, ହଳଦୀ, ଅଞ୍ଚଳା, ଗୁଡ଼ିପାରା ପ୍ରଭୁତି ଅଞ୍ଚଳରେ ଚଢ଼ାଉ କରି ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହ ମୋଟ ୬୦ ଲିଟର ହାତରନ୍ଧା ଦେଶୀ ମହୁଲ ମଦ ଓ ୫ଶହ ଲିଟର ମହୁଲ ପୋଚ ଜବତ କରାଯାଇଥିଲା । ଗିରଫ ଦୁଇ ଜଣ ହେଲେ ଅଞ୍ଚଳା ଗୁଡ଼ିପାରା ଗ୍ରାମର ଗୋମତୀ ଗଣ୍ଡ ଓ ଗହରମୁଣ୍ଡି ଗ୍ରାମର ମାହାରୀନ୍ ଗଣ୍ଡ । ଉକ୍ତ ଚଢ଼ାଉରେ ଏଏସଆଇ ସୁନାଧର କିର୍ସାନୀ, ଏଏସଆଇ ମାଖନ ହାଲଦ୍ରା, ସୁରେନ୍ଦ୍ର ନାଥ ପଣ୍ଡା, ଯୋସ୍ନା ହରିଜନ, କାଲିମଣି ମୁଦୁଲି ପ୍ରମୁଖ କର୍ମଚାରୀ ସାମିଲ୍ ଥିଲେ ।

Leave A Reply

Your email address will not be published.