ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଜଗନ୍ନାଥ ପୁର ପଂଚାୟତ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଗତ କାଲି ବିଳମ୍ବିତ ରାତି ରେ ଚୋରି ଉଦ୍ୟମ ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି ‘ଆଜି ବ୍ୟାଙ୍କ ଖୋଲିବା ପାଇଁ ସକାଳ ଦଶଟା ରେ ବ୍ୟାଙ୍କ ମ୍ୟାନେଜର ଆସି ଦେଖି ଥିଲେ ଯେ ତାଙ୍କ ଚାମ୍ବର ପାଖରେ ଥିବା ଝରକା ଭଙ୍ଗା ଯାଇଛି ‘ ସେହି ବାଟେ କେହି ଦୁର୍ବୁତ୍ତ ପଶି ଷ୍ଟ୍ରଙ୍ଗ ରୁମ ଭାଙ୍ଗି ପାରି ବାକୁ ଚେଷ୍ଟା କରି ବିଫଳ ହୋଇଛି, ଏ ନେଇ ମ୍ୟାନେଜେର ତୁରନ୍ତ ତିର୍ତୋଲ ଥାନାରେ ଲିଖିତ ଅଭିଯୋଗ କଲା ପରେ ଥାନା ଅଧିକାରୀ ଯୁଗଳ କିଶୋର ଦାସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରି ଥିଲେ, କିଛି ସମୟ ମଧ୍ୟରେ ଏସଡିପିଓ ଦୀପକ ଜେନା ଏବଂ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ର ଆଞ୍ଚଳିକ ପ୍ରବନ୍ଧକ ଘଟଣା ସ୍ଥଳରେ ପହଂଚି ଥିଲେ, ବ୍ୟାଙ୍କ ର ସିସି କ୍ୟାମେରା ତାର କୁ ଦୁର୍ବୁତ୍ତ ମାନେ କାଟି ଦେଇ ଥିବା କୁହା ଯାଉଛି, ବ୍ୟାଙ୍କ ରୁ ଟଙ୍କା ଲୁଟ ହୋଇ ନଥିଲେ ହେଁ କିପରି ଓ କେଉଁ ଦୁର୍ବୁତ୍ତ ବ୍ୟାଙ୍କ କୁ ଟାର୍ଗେଟ କରି ଚୋରି ଉଦ୍ୟମ କରି ଥିଲେ, ସେନେଇ ପୋଲିସ ତନା ଘନା ଚଳାଇଛି l
Sign in
Sign in
Recover your password.
A password will be e-mailed to you.
Prev Post