ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ଶ୍ରମିକ ଦିଵସ ପାଳନ

0

ଜଗତସିଂହପୁର ସୁମନ୍ତ କୁମାର ଦାସ: ସ୍ଥାନୀୟ ଆଦି କବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଵିଶ୍ୱ ଶ୍ରମିକ ଦିଵସ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମକାର୍ଯ୍ୟାଳୟ ଆନୁକୁଲ୍ୟରେ ପାଳିତ ହୋଇଯାଇଅଛି l ଏହି ଦିଵସ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କହିଲେ ଶ୍ରମ ଦିଵସ ଏକ ତାର୍ପଯ୍ୟ ପୂର୍ଣ ଦିଵସ l ଆମେ ଚର୍ତୁଦିଗରେ ଯାହା ନିର୍ମାଣ କାର୍ଯ୍ୟ ଦେଖୁଛେ ସେଥିରେ ଶ୍ରମିକ ଭାଇମାନଙ୍କ ର ସ୍ପର୍ଶ ରହିଛି l ତାଜମହଲ ଓ କୋଣାର୍କ କୁ ହଜାର ହଜାର ଶ୍ରମିକ ଙ୍କ ଶ୍ରମ ଦାନ ରେ ନିର୍ମାଣ ହୋଇଛି l କୋଭିଡ଼ ମହାମାରୀ ସମୟରେ ଶ୍ରମିକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି l ରାଜ୍ୟ ସରକାର ପ୍ରବାସୀ ଶ୍ରମିକ ମାନଙ୍କୁ ଘରକୁ ଆଣି ପହଞ୍ଚେଇବା ଓ ସେମାନଙ୍କ ଖାଇବା, ପିଇବା,ରହିବାର ସମସ୍ତ ବନ୍ଦୋବସ୍ତ କରିଥିଲେ l ରାଜ୍ୟ ସରକାର ଶ୍ରମିକ ମାନଙ୍କ ପାଇଁ ଜନ୍ମ ଠାରୁ ମୁର୍ତୁ ପର୍ଯ୍ୟନ୍ତ ଅନେକ ଯୋଜନା କରିଛନ୍ତି l ସେ ସମ୍ପର୍କରେ ଗାଁ ଗାଁ ରେ ସଚେତନତା ର ଆବଶ୍ୟକତା ରହିଛି l ଆମ ରାଜ୍ୟ ରେ ବସ୍ତି ଅଞ୍ଚଳରେ ସେମାନଙ୍କ ପାଇଁ ଅନେକ ସୁବିଧା କରାଯାଇଛି l ଶ୍ରମ ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ କହିଲେ ଦେଶ ଓ ରାଜ୍ୟ ର ପ୍ରଗତି ଉନ୍ନୟନ ରେ ଶ୍ରମିକ ମାନଙ୍କ ର ଯଥେଷ୍ଟ ଅବଦାନ ରହିଛି l ରାଜ୍ୟ ସରକାର ଙ୍କ ପଞ୍ଚାୟତରାଜ ଵିଭାଗ ,ଗ୍ରାମ୍ୟ ଉନ୍ନୟନ,ପୂର୍ତ୍ତ ,ଦଳ ସମ୍ପଦ ଓ ଅନ୍ୟାନ୍ୟ ବିଭାଗରେ ଶ୍ରମିକ ମାନଙ୍କ ର ଭୂମିକା ରହିଛି l ସେଥିପାଇଁ ସରକାର ଶ୍ରମ ଓ ଇ.ଏସ୍.ଆଇ ଵିଭାଗ ମାଧ୍ୟମରେ ଶ୍ରମିକ ମାନଙ୍କୁ ବିଭିନ୍ନ ଯୋଜନାରେ ସହାୟତା ପ୍ରଦାନ କରୁଛନ୍ତି l ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆଜି ଶ୍ରମିକ ଦିବସରେ ୧,୩୧,୯୫,୦୦୦ ଟଙ୍କାର ସହାୟତା ରାଶି ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଇଛି l ସେଥି ମଧ୍ୟରୁ ୧୭୦ ହିତାଧିକାରୀ ଙ୍କୁ ୮୨,୭୫,୦୦୦ ଟଙ୍କା ର ବିବାହ ସହାୟତା ରାଶି,୨୪ ହିତାଧିକାରୀ ଙ୍କୁ ୪୮,୦୦,୦୦୦ ଟଙ୍କାର ମୁତ୍ୟୁ ଜନିତ ସହାୟତା ରାଶି ,୨୪ ଜଣ ହିତାଧିକାରୀ ଙ୍କୁ ୧,୨୦,୦୦୦ ଟଙ୍କା ଶବ ସତ୍କାର ନିମନ୍ତେ ସହାୟତା ରାଶି ପ୍ରଦାନ କରାଯାଇଛି lଏତଦ୍ ବ୍ୟତିତ ୧୦୦ ଜଣ ହିତାଧିକାରୀ ଙ୍କୁ ଶ୍ରମ କାର୍ଡ ବଣ୍ଟନ କରାଯାଉଛି lଜିଲ୍ଲାର ପ୍ରତି ବ୍ଲକ୍ ରେ ଶ୍ରମିକ ଶିବିର ଆୟୋଜନ କରାଯାଇ ଶ୍ରମିକ ସଚେତନତା ଓ ଶ୍ରମ କାର୍ଡ ବଣ୍ଟନ କରିଵା ପାଇଁ ପଦକ୍ଷେପ ଗ୍ରହଣ କରାଯିଵ l

ଏହି ଦିବସରେ ସମ୍ନାନୀତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ କହିଲେ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାର ନିର୍ଦ୍ଧିଷ୍ଟ ଭାବରେ ଆଇନ ପ୍ରଣୟନ କରିଛନ୍ତି ଏବଂ ଶ୍ରମିକ ମାନଙ୍କ ଉନ୍ନତି ପାଇଁ ତାର ପରିବାର ଓ ସନ୍ତାନ ସନ୍ତତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି l ଗତକାଲି ମୁଖ୍ୟମନ୍ତ୍ରୀ ମଜୁରୀ ୧୧ ଟଙ୍କା ବୃଦ୍ଧି କରିଛନ୍ତି l ଶ୍ରମିକ ମାନେ ସଚେତନ ହେବା ସହିତ ସେମାନଙ୍କ ର ଅଧିକାର ସାବ୍ୟସ୍ତ କରନ୍ତୁ lସମ୍ନାନୀତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଉପସଭାପତି ଶ୍ରୀମତୀ ସୁଜାତା ମହାନ୍ତି କହିଲେ ଜିଲ୍ଲାରେ ଅନେକ ଶ୍ରମିକ ସେମାନଙ୍କ ର ଶ୍ରମ କାର୍ଡ ପାଇଁ ପଞ୍ଜିକରଣ କରିପାରି ନାହାନ୍ତି l ସେମାନଙ୍କୁ ସଚେତନ କରାଇ ବ୍ଲକ୍ ଓ ଗାଁ ସ୍ତରରେ ସୁବିଧା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ l ଏହି ଦିବସରେ ଜିଲ୍ଲା ଶ୍ରମ ଅଧିକାରୀ ବାବା ଆନନ୍ଦ ରଂଜନ ଦାସ, ସରକାରୀ ଶ୍ରମ ଅଧିକାରୀ ସୌମ୍ୟା ରଂଜିତା ଦଳେଇ ,୩୦୦ ଶ୍ରମିକ ଓ ବିଭିନ୍ନ ଶ୍ରମିକ ସଂଗଠନ ର ଅଧିକାରୀ ମାନେ ଯୋଗଦେଇ ଥିଲେ l ଶ୍ରମ ଅଧିକାରୀ ମାନେ ବିଭିନ୍ନ ଶ୍ରମ ଆଇନ ଓ ଶ୍ରମିକ ମାନଙ୍କ ମଙ୍ଗଳ ବିଷୟରେ ଆଲୋକ ପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ୧୭୦ ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ତାଙ୍କର ଝିଅ ବିଭାଘର ପାଇଁ ୫୦ ହଜାର ଲେଖା ଏବଂ ୨୪ ଜଣ ନିର୍ମାଣ ଶ୍ରମିକ ଙ୍କ ମୃତ୍ୟୁ ରେ ସେମାନଙ୍କ ନୋମିନୀ ମାନଙ୍କୁ ମୃତ୍ୟୁ କାଳୀନ ସହାୟତା ୨ଲକ୍ଷ ଲେଖା ଏବଂ ୨୪ ଜଣ ଙ୍କୁ ପ୍ଲୁନେରାଲ୍ ଆସିଷ୍ଟାନ୍ସ ଅତିଥି ମାନେ ବଣ୍ଟନ କରିଥିଲେ l ପ୍ରାରମ୍ଭ ରେ ଜିଲ୍ଲା ଶ୍ରମ ଅଧିକାରୀ ବାବା ଆନନ୍ଦ ରଂଜନ ଦାସ ସ୍ୱାଗତ ଭାଷଣ ଓ ଶେଷରେ ଧନ୍ୟଵାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.