ଗୁଡାରି ଠାରୁ ଭୁବନେଶ୍ୱର ପାଇଁ ଲିଙ୍କ ବସ ସେବାର ଶୁଭାରମ୍ଭ କଲେ ଜିଲ୍ଲାପାଳ

0

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାର ଗୁଡାରି ଏକ ପ୍ରମୁଖ ସହରାଞ୍ଚଳ ହୋଇଥିଲେ ମଧ୍ୟ ଏହି ଉପାନ୍ତ ଅଂଚଳ ନିମନ୍ତେ ସିଧାସଳଖ ରାଜ୍ୟ ରlଜଧାନୀ ଭୁବନେଶ୍ୱରକୁ ବସ ନଥିବାରୁ ଯାତ୍ରୀମାନଙ୍କୁ ନାହିଁ ନଥିବା ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା l ସମସ୍ୟାର ସମାଧାନ ପାଇଁ ଗୁଡାରି ଜନସାଧାରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅଭିଯୋଗ କରିଥିଲେ l ଏହାକୁ ଵିଚାର କରି ଓଡ଼ିଶା ସରକାର ଆଜି ଠାରୁ ଆର୍ଥତ ମଇ ମାସ ଏକ ତାରିଖରୁ ଏକ କ୍ୟାଣ୍ଟର ଗୁଡାରିରୁ ବାହାରି ଗୁମୁଡା ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ଭୁବନେଶ୍ୱର ଅଭିମୁଖେ ଯିବାକୁ ଥିବା ଯାତ୍ରୀଙ୍କୁ ନେବା ଆଣିବl କରିବl ପାଇଁ ଗୁଡାରିରୁ ଗୁମୁଡା ପର୍ଯ୍ୟନ୍ତ ଲିଙ୍କ ବସ ସେଵା ମଞ୍ଜୁର କରିଛନ୍ତି l ଏହି ଲିଙ୍କ ବସକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏଥିରେ ଗୁଡାରିବାସୀ, ଜନପ୍ରତିନିଧି, ବିଡିଓ ଓ ଆନ୍ୟନ୍ୟ ଅଧିକାରୀ ମାନେ ସାମିଲ ହୋଇଥିଲେ ଓ ବହୁଦିନ ପରେ ସରକାର ସମସ୍ୟାର ସମାଧାନ କରିଥିବାରୁ ଗୁଡାରି ବାସୀ ଖୁସି ବ୍ୟକ୍ତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l

Leave A Reply

Your email address will not be published.