କଟକ /ଶାସକ ପ୍ରଶାସକ: କଟକ ସାଇବର ଥାନା ଜଣେ ସାଇବର ଅପରାଧୀ କୁ ଧରିବାରେ ସଫଳତା ହାସଲ କରିଛି । ସାଇବର ଅପରାଧୀ ଜଣକ ବିଭିନ୍ନ ସ୍କୁଲର ଛାତ୍ରୀଙ୍କ ଫଟୋକୁ ବିକୃତ କରିବା ସହ, ସେହି ଅଶ୍ଳୀଳ ଭିଡିଓ ଗୁଡିକୁ ଭାଇରାଲ କରି ଝିଅ ମାନଙ୍କୁ ଅସୁବିଧାରେ ପକାଇ, ବେଶ ମଜ୍ଜା ନେଉଥିଲା. ମାତ୍ର ଜଣେ ଅଭିଭାବକ ଙ୍କ ଅଭିଯୋଗ କୁ ଭିତ୍ତି କରି, କଟକ ସାଇବର ସେଲ ର ପୋଲିସ ଅଧିକାରୀ ମାନେ ଉକ୍ତ ଅଭିଯୁକ୍ତକୁ ଗିରଫ କରିବାରେ ସଫଳତା ହାସଲ କରିଛି । ସାମାଜିକ ଗଣମାଧ୍ୟମ ଇଷ୍ଟାଗ୍ରାମ ରେ ସକ୍ରିୟ ଥିବା ସ୍କୁଲ ଛାତ୍ରୀଙ୍କୁ ଉକ୍ତ ଅପରାଧୀ ଜଣକ ଟାର୍ଗେଟ କରି ବ୍ଲାକ ମେଲ କରିବା ଅଭିଯୋଗରେ କଟକ ସାଇବର ଥାନା ପୋଲିସ ଜଣେ ଅଭିଯୁକ୍ତ କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଅଞ୍ଚଳର ବିଶ୍ୱଜିତ ଭୂୟାଁ ବୋଲି ଜଣାପଡିଛି । ବିଶ୍ୱଜିତ ଉଚ୍ଚ ଶିକ୍ଷିତ ଡିଗ୍ରୀ ଧାରୀ , କିଛି ଦିନ ଧରି ଏହି ସାଇବର ଅପରାଧ ରେ ସମ୍ପୃକ୍ତ ଥିବା ବେଳେ କଟକ ର ଜଣେ ଛାତ୍ରୀଙ୍କ ମା ଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ କରି ବିଶ୍ୱଜିତ କୁ ଗିରଫ କରିଛି। ତେବେ କଟକ ଡିସିପି ପ୍ରତୀକ ସିଂ ଙ୍କ କହିବା ଅନୁଯାୟୀ ସେ ଇନଷ୍ଟାଗ୍ରାମରେ ଯେଉଁ ମାନେ ନିଜର ଫଲୋଅର୍ଶ ବଢାଇବା ପାଇଁ ଆଖିବୁଜା ଫ୍ରେଣ୍ଡ ରିକୁଏସ୍ଟ କରୁଥିଲେ ସେହି ଝିଅ ମାନଙ୍କୁ ଟାର୍ଗେଟ କରୁଥିଲା ବିଶ୍ୱଜିତ । ତେବେ ଦିନକୁ ଦିନ ସାଇବର କ୍ରାଇମ ବଢୁଥିବା କଟକ ସାଇବର ଥାନା ଆଇଆଇସି ଚନ୍ଦ୍ରିକା ସ୍ୱାଇଁ ସମସ୍ତ ଯୁବପିଢି, ଛାତ୍ର ଛାତ୍ରୀ ଙ୍କୁ ବିଶେଷ ଭାବେ ସଚେତନ ହେବା ପାଇଁ ଅନୁରୋଧ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.