ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଓ ମାନ୍ୟବର ଜିଲ୍ଲା -ତଥା-ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ଗୋଷାଣୀ ବ୍ଲକ ସମ୍ମିଳନୀ କକ୍ଷଠାରେ କୋଭିଡ୍ ପୀଡିତ ମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧିକରଣର ସଚିବ ଶ୍ରୀ ରବି ନାରାୟଣ ବେହେରା ଯୋଗ ଦେଇ ଏହି ସଚେତନତା କାର୍ଯ୍ୟକ୍ରମ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଉପରେ ବୁଝାଇଥିଲେ ଏବଂ କୋଭିଡ୍ ପୀଡିତ ମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ସଚେତନତା କରାଇଥିଲେ ଏବଂ ମାଗଣା ଆଇନ ସେବା ଜିଲ୍ଲାର କୋଣ ଅନୁକୋଣରେ କିପରି ପହଞ୍ଚିପାରିବ ସେ ବିଷୟରେ ଉପସ୍ଥିତ ଜନସାଧାରାଣଙ୍କୁ ସଚେତନତା କରାଇଥିଲେ।
ଅନ୍ୟତମ ଅତିଥି ଭାବେ ଉପ-ଜିଲ୍ଲାପାଳ, ପାରଳାଖେମୁଣ୍ଡି ଶ୍ରୀ ଦିଲ୍ଲିପ କୁମାର ମହାରଣା ଯୋଗ ଦେଇ କୋଭିଡ୍ ପୀଡିତ ମାନେ କିପରି ସରକାରୀ ଯୋଜନା ଯଥା ଆର୍ଶିବାଦ ଯୋଜନାର ବାପା ଓ ମା ଙ୍କୁ ହରାଇଥିବା ଶିଶୁଙ୍କ ଲାଗି ବ୍ୟବସ୍ଥା ରହିଛି।
ବିଶେଷ ଭାବରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ସୁବିଧା, ଉଚ୍ଚ ଶିକ୍ଷା ପାଇଁ ଗ୍ରୀନ ପ୍ୟାସେଜ୍ ଯୋଜନାରେ ମିଳିବ ସହାୟତା, ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଓ ଯୋଗଯତ୍ନ ପ୍ରଦାନକାରୀ ବ୍ୟକ୍ତିଙ୍କୁ ଅନ୍ୟାନ୍ୟ ସରକାରୀ ଯୋଜନାରେ ପ୍ରାଥମିକତା ସମ୍ପର୍କରେ ଆଲୋକପାତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତ ଅଧିକାରୀ , ଅନ୍ୟାନ ବ୍ଲକ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ଓ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.