ସିମୁଳିଆ (ଅକ୍ଷୟ କୁମାର ଜେନା): ମାନ୍ୟବର ଭାଷା, ସାହିତ୍ୟ, ସଂସ୍କୃତି, ଏବଂ ପର୍ଯଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣଗ୍ରାହୀ ଙ୍କ କର କମଳ ରେ ଆଜି ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ମଇ ତା ପୁର ଠାରେ ଏକ କଲ୍ୟାଣ ମଣ୍ଡପ ଉଦ୍ଘାଟନ ହୋଇ ଯାଇଛି। ମ ଇ ତା ପୁର ଅମୁନିଆସାହି ରେ କୋଡ଼ିଏ ଲକ୍ଷ ଟଙ୍କା ର ଏହି ପ୍ରକଳ୍ପ ଅନେକ ଦିନ ଆଗରୁ ହୋଇ ସାର ନ୍ତାଣି। କିନ୍ତୁ ରାଜନୈତିକ ବିବାଦ ଓ ଜାଗା କୁ ନେଇ ଏହା ଦୀର୍ଘ ଦିନ ସ୍ତଗିତ ହେବା ପରେ ନୂତନ ସରପଞ୍ଚ ମନୋରମା ବେହେରା ଙ୍କ ଉଦ୍ୟମ ରେ ସାରା ପଞ୍ଚାୟତ ଏବଂ ଆଖପାଖ ପଞ୍ଚାୟତ ଏହି କଲ୍ୟାଣ ମଣ୍ଡପ ଦ୍ଵାରା ଆଗକୁ ଉପକୃତ ହେବା ସହ ମନ୍ତ୍ରୀ ଙ୍କୁ ଅଂଚଳ ବାସି ଧନ୍ୟବାଦ୍ ଦେଇ ଥିଲେ। ସାଂସଦ ପ୍ରତିନିଧି ରଞ୍ଜନ ବେହେରା, ପି ଓ ନରେନ୍ଦ୍ର ରାଉତ, ବାଉରୀ ପଦା ସମିତି ସଭ୍ୟ ଗଜେନ୍ଦ୍ର ସେଠୀ ଏବଂ ଅନେକ ଯୁବ ନେତା କର୍ମୀ ଏହି ସମାରୋହରେ ଯୋଗ ଦେଇ ଥିଲେ ଏବଂ ପରେ ଏଠାରେ ଥିବା ବହୁ ପୁରାତନ ଜଗନ୍ନାଥ ମନ୍ଦିର ରେ ପ୍ରାସାଦ ସେବନ ର କାର୍ଯ୍ୟ କ୍ରମ କରା ଯାଇଥିଲା।
Sign in
Sign in
Recover your password.
A password will be e-mailed to you.