ସ୍ଵାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ଙ୍କ ଶ୍ରାଦ୍ଧ ଦିଵସ ପାଳିତ

0 1

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ମିଳିତ ଆନୁକୁଲ୍ୟରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଧୂଳି ମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ ଙ୍କ ଶ୍ରଦ୍ଧ ଦିଵସ ପାଳିତ ହୋଇଯାଇଛି l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ ,ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚନା ସିଂହ ,ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ଵିଶୋଇ ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ,ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ,ପୂର୍ବତନ ପୋୖରାଧ୍ୟକ୍ଷ ଵିପ୍ଳବ ଚୌଧୁରୀ ,ଦେବୀପ୍ରସାଦ ଚୌଧୁରୀ ,ପୌର ପରିଷଦ ଵରିଷ୍ଠ ସହାୟକ ଦୀପକ କୁମାର ପଟ୍ଟନାୟକ ,ପୌର ପରିଷଦ ପରିଷଦ ଗଣ ଡାକ ବଙ୍ଗଳା ଛକ ଓ ଗେରସ ଛକ ଠାରେ ଥିବା ଗୋପବନ୍ଧୁ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧି ଯିବି, ଶିକ୍ଷାଵିତ୍ ,ଗଣ ମାଧ୍ୟମ ପ୍ରତିନିଧି ,ପୌର ପରିଷଦ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.