ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା କେକୀସିଙ୍ଗ ଗ୍ରାମରେ ଛତୁଚାଷ ତାଲିମ କାର୍ଯ୍ୟକ୍ରମର ଉଦଘାଟନ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ରାୟଗଡ ବ୍ଲକର ଲୋବା ପଞ୍ଚାୟତ ଅନ୍ତର୍ଗତ କେକୀସିଙ୍ଗ ଗ୍ରାମରେ ୧୦ ଦିନିଆ ଛତୁଚାଷ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ହୋଇଛି।
ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ମୋଟ ୩୫ ଜଣ ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟ ମହିଳା ତାଲିମ ନେବେ। ଉଦଘାଟନ ସଭାରେ ଜିଲ୍ଲା ଲିଡ୍ ବ୍ୟାଙ୍କ ମେନେଜର ଶ୍ରୀ କିଶୋର ଚନ୍ଦ୍ର ନାଇକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିବିର ଉଦ୍ଘାଟନ କରିଥିଲେ।
ଲୋବା ପଞ୍ଚାୟତର ଏମବିକେ ସୁଶ୍ରୀ ସସ୍ମିତା ଭୂୟାଁ ଅତିଥି ରୂପେ ଯୋଗ ଦେଇଥିଲେ। ଅନୁଷ୍ଠାନର ପ୍ରାଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି ମଞ୍ଚ ପରିଚାଳନା କରିଥିଲେ। ସମସ୍ତ ଅତିଥି ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ସ୍ବାବଲମ୍ବୀ ହୋଇ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପିକା ଶ୍ରୀମତୀ ଦିକ୍ଷ୍ୟାଶ୍ରୀ ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.