ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରକାରୀ ମହେନ୍ଦ୍ର ଗିରି ପୌର ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା , ଭୁବନେଶ୍ୱର ଆନୁକୂଲ୍ୟରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।
ପି. ଡି,ଡି.ଆ. ର. ଡ଼ି. ଏ, ଗଜପତି ମହେଶ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦର୍ଶନୀର ଉଦଘାଟନ କରି ଛାତ୍ରୀ /ଛାତ୍ରଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ କରିବା ପାଇଁ ଏହି ଭଳି ବିଜ୍ଞାନ ମେଳାର ଆବଶ୍ୟକ ରହିଛି ବୋଲି କହିଥିଲେ।
ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟିକ ସଭାପତିତ୍ୱ କରି ଶିକ୍ଷାର ବିକାଶ ବିଜ୍ଞାନ ବିନା ଅସମ୍ଭବ ବୋଲି କହିଥିଲେ।
ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରି ଜିଲ୍ଲାର ୭ଗୋଟି ବ୍ଲକରୁ ପୂର୍ଵରୁ ମନୋନୀତ ହୋଇଥିବା ଟେକ୍ନୋଲୋଜି ଓ toy ମୁଖ୍ୟବିଷୟ ଉପରେ ଆଧାରିତ ୩୭ ଟି ପ୍ରକଳ୍ପକୁ ପ୍ରକଳ୍ପ କାରି ସେମାନଙ୍କ ସହାୟକ ଶିକ୍ଷକ /ଶିକ୍ଷୟତ୍ରୀ ମାନଙ୍କ ସହ ଅଂଶ ଗ୍ରହଣ କରିଥିବା କହିଛନ୍ତି।
ଅନ୍ୟ ମାନଙ୍କ ମଧ୍ୟରେ ସୁକାନ୍ତ କୁମାର ବେହେରା , ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରଦାର୍ଥ ବିଜ୍ଞାନ asst. ପ୍ରଫେସର ଓ ମହିଳା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଅନିତା କୁମାରୀ ପାଢ଼ୀ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସ୍ୱାଗତ ଦେଇ ଥିଲେ। ବିଚିତ୍ରା ନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ।
ଉଜାପନୀ ଉତ୍ସବରେ ବାଳକୃଷ୍ଣ ମାଝୀ , ସସ୍ମିତା ଗନ୍ତାୟତ, ଭଗବତ ପାଢ଼ୀ , ବିଜ୍ଞାନ ନିରୀକ୍ଷକ, ବିଚାରକ ଓ ପ୍ରଧାନ ଶିକ୍ଷକ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିବା ୫ଟି ପ୍ରକଳ୍ପ କାରୀଙ୍କୁ ପ୍ରମାଣ ପାତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ସେମାନେ ହେଲେ ଆଶୁତୋଷ ପାଢ଼ୀ , ମହାରାଜଙ୍କ ଉଚ୍ଚ ବିଦ୍ୟାଳୟ (ପାରଳାଖେମୁଣ୍ଡି) ସଫିନା ମାଝୀ, ସରକାରୀ ଉନିତ ଉଚ୍ଚ ବିଦ୍ୟାଳୟ (ଗରଡ଼ମା), ଫିନସ ଶବର, ଏନ. ଏମ. ଉଚ୍ଚ ବିଦ୍ୟାଳୟ ( ନାରାୟଣପୁର), ଶ୍ରବଣ କୁମାର ଶବର, ଉନିତ ଉଚ୍ଚ ବିଦ୍ୟାଳୟ (ତାଳମୁଣ୍ଡା) ଓ ପ୍ରଶାନ୍ତ ଶବର ଆଦିବାସୀ ଉଚ୍ଚ ବିଦ୍ୟାଳୟ (ଲୁହଗୁଡି) ।କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିବା ବେଳେ ଭି. କୁରମୁ ନାଦମ ଓ ବିଦ୍ୟାଳୟର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗିତ ଗାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.