ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ ଅପ୍ ହେଲେ ଗଜପତିର ମୋନିକା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ ଅପ୍ ଭାବେ ସଫଳତା ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ଗଜପତିର ମୋନିକା ପଣ୍ଡା।
ଅନ୍‌ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରେ ମୋଟ ୫୨ଜଣ ଅଂଶ ଗ୍ରହଣ କରିଥିବା ବେଳେ ଓଡିଶାର ୨ଜଣ ପ୍ରତିଯୋଗି ରହିଥିଲେ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିବାସୀ ପ୍ରତାପ ଚନ୍ଦ୍ର ପଣ୍ଡା ଓ ରଶ୍ମିତା ପଣ୍ଡାଙ୍କ ଏକମାତ୍ର ଝିଅ ମୋନିକା ପଣ୍ଡା ପିଲାଟି ବେଳରୁ ଜଣେ ନୃତ୍ୟଙ୍ଗନା ହେବାର ଲକ୍ଷ୍ୟ ରଖିଥିଲେ । ଏଭଳି ଆଗ୍ରହକୁ ଉଭୟେ ପିତା ମାତା ମୋନିକାଙ୍କୁ ପ୍ରୋତ୍ସାହିତ କରିଥିଲେ ବୋଲି କହିଛନ୍ତି । ଫଳସ୍ୱରୂପ ଆଜି ମୋନିକା ଦ୍ୱିତୀୟ ରନର୍ସ ଅପ୍‌ରେ ଥିଲେ ମଧ୍ୟ ସଫଳତା ହାସଲ କରିଛନ୍ତି ।
ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ପ୍ରତିଯୋଗିତା ପାଇଁ ସେ ଆବେଦନ କରିଥିଲେ । ଏହାପରେ ସେଠାରେ କ୍ୱାଲିଫାଇ ହେବାପରେ ଅନ୍‌ଲାଇନ୍ ମାଧ୍ୟମରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇ ଦ୍ୱିତୀୟ ରନର୍ସ ଅପ୍ ଭାବେ ଘୋଷଣା କରିଛି ପ୍ରତିଯୋଗିତାର ଆୟୋଜକ ଗ୍ଲାମ ଗାଇଡେନ୍ସ ।
ଏବାବଦରେ ଆୟୋଜକଙ୍କ ତରଫରୁ ମାନପତ୍ର , ଉପଢୌକନ , ଦ୍ୱିତୀୟ ରନର୍ସ ଅପ୍ ମୁକୁଟ ଆଦି ପ୍ରେରିତ କରିଥିବାର କହିଛନ୍ତି ମୋନିକା। ଏହି ସଫଳତା ପାଇଁ ସେ ବେଶ ଖୁସି ଥିବା ଏବଂ ନିଜ ପିତାମାତା ଓ ପରିବାର ବର୍ଗଙ୍କୁ ଏହି ଶ୍ରେୟ ଦେଇଥିବାର ଜଣାଇଛନ୍ତି । ଭବିଷ୍ୟତରେ ଜଣେ ଭଲ ଅଭିନେତ୍ରୀ ହେବାର ଆଶା ବାନ୍ଧିଥିବା ବେଳେ ପାଠପଢାରେ ମଧ୍ୟ ବେଶ ସମୟ ଦେଉଥିବାର ଜଣାଇଛନ୍ତି । ଏଭଳି ସଫଳତା ହାସଲ କରିଥିବା ଖବର ପ୍ରସାରିତ ହେବା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Leave A Reply

Your email address will not be published.