ବିପୁଳ ପରିମାଣର କଫ ସିରପ ଜବତ: ଅଭିଯୁକ୍ତ ସୂର୍ଯ୍ୟକାନ୍ତ କୁ କୋର୍ଟ ଚାଲାଣ

0

ବରଗଡ଼:- ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ବଡ଼ମାଲ ଗ୍ରାମର ସୂର୍ଯ୍ୟକାନ୍ତ ସାହୁ, ବୟସ ପାଖାପାଖି ୪୩, ବାପା ଅଭିମନ୍ୟୁ ସାହୁ ଙ୍କ ନିଜ ବାସଭବନରେ ବିପୁଳ ପରିମାଣର କଫା ସିରପ ଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବରଗଡ ଜିଲ୍ଲାପାଳ ମନିଷା ବାନାର୍ଜୀ ଙ୍କ ନିର୍ଦ୍ଦେଶ ମୁତାବକ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକ ଓ ନିରୀକ୍ଷକ ଗୁପ୍ତେଶ୍ୱର ପ୍ରଧାନ ଓ ରଶ୍ମିତା ଲାକ୍ରା ଙ୍କୁ ନେଇ ଏକ ଟିମ ଭଟଲି ଥାନା ଅନ୍ତର୍ଗତ ବଡ଼ମାଲ ଗ୍ରାମର ସୂର୍ଯ୍ୟକାନ୍ତ ସାହୁ ଙ୍କ ଘର ଉପରେ ଅତର୍କିତ ଚଢ଼ାଉ କରି ୧୩୯୦ ବୋତଲ କଫ ସିରପ ଜବତ କରିବା ସଙ୍ଗେ ସଙ୍ଗେ ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସାହୁ କୁ ଗିରଫ କରାଯାଇଛି । ବରଗଡ଼ ଅବକାରୀ ବିଭାଗ ଙ୍କ ଏ ଭଳି କାର୍ଯ୍ୟ କୁ ଲୋକେ ତାରିଫ କରୁଛନ୍ତି । କଫା ସିରପ ଦିନକୁ ଦିନ ବୃଦ୍ଧି ପାଉଥିବା ଓ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଅବକାରୀ କମିଶନର ଆଶିଷ ସିଂ ସମସ୍ତ ଜିଲ୍ଲାର ବରିଷ୍ଠ ଅବକାରୀ ଅଧିକାରୀ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଜବତ କପ ସିରଫ ର ଆନୁମାନିକ ମୁଲ୍ୟ ତିନି ଲକ୍ଷ ଟଙ୍କା ହେବ ବୋଲି ଅଧିକ୍ଷକ ପ୍ରଦୀପ ପଟ୍ଟନାୟକ ଙ୍କ ପକ୍ଷରୁ ସୂଚନା ମିଳିଛି । ଆଗରୁ ମଧ୍ୟ ଅଭିଯୁକ୍ତ ଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରେ ସଂପୃକ୍ତ ଥିବା ନେଇ ବିଭିନ୍ନ ଥାନାରେ ମାମଲା ରୁଜ୍ଜୁ ଥିବା ଜଣାପଡିଛି । ତେବେ ଆଜି ମୁଖ୍ୟ ଅଭିଯୁକ୍ତ କୁ କେଶ ନମ୍ୱର ୨୧ (ବି) ଏନଡିପିଏସ ୧୯୮୫ ଧାରା ରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢଉ ରେ ଇନେସପେକ୍ଟର ରଶ୍ମିତା ଲାକ୍ରା ଙ୍କ ସହ ଅଶୋକ କୁମାର ପଟେଲ, ଉଷାବତୀ ଗଉଡ, ଯୁବରାଜ ବାଗ, ବୃନ୍ଦାବତୀ ଭୁଏ, ବିନୋଦ ତିର୍କି, ପ୍ରଦିପ ସାହୁ ଙ୍କ ସହ ଅତାବିରା ଅବକାରୀ ମୋବାଇଲ ଟିମ ସହ ୨୨ ଜଣିଆ ଟିମ ଏହି ଚଢଉ ରେ ଯୋଗଦାନ କରିଥିଲେ ଥିଲେ

Leave A Reply

Your email address will not be published.