ଡକାୟତୀ ଉଦ୍ୟମ କରୁଥିବା ବେଳେ ୪ ଗିରଫ

0

ନୟାଗଡ଼ (ବିଶ୍ଵଜିତ ନାୟକ) – ନୟାଗଡ ଟାଉନଥାନା ପୁଲିସ ଡକାୟତୀ ଉଦ୍ୟମ କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ପୁରୁଣାସହରର ଦିପକ ନାୟକ, ଇଟାମାଟି ଥାନା ଲାଠିପଡ଼ାର ସୈାରଭ ନାୟକ, ଧିରଞ୍ଜନ ନାୟକ, ଚିତ୍ତରଞ୍ଜନ ନାୟକ । ଚିତ୍ତରଞ୍ଜନ ଏବଂ ଧିରଞ୍ଜନ ଦୁଇ ଭାଇ ବୋଲି ଜଣାଯାଇଛି । ଏହି ୪ ଜଣ  ଦେବୋତ୍ତର କଲୋନୀରେ ଡକାୟତୀ କରିବା ଉଦେଶ୍ୟରେ ବୁଲୁଥିବା ବେଳେ ପୁଲିସ ହାଡ଼ୁଡ଼ରେ ପଡ଼ିଥିଲେ । ସେମାନଙ୍କ ପାଖରୁ ଗୋଟିଏ ଦେଶୀ ପିସ୍ତଲ, ସ୍କୃଡ୍ରାଇଭର ଏବଂ ଅନ୍ୟାନ ସାମଗ୍ରୀ ଜବତ ହୋଇଛି । ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଟାଉନଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.