ନୂଆପଡାରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ର କେନ୍ଦୁ ପାଟି ଗ୍ରାମର ତିନି ଜଣ ଯୁବକ ଏକ ମୋଟର ସାଇକେଲ ଯୋଗେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ କୁ କୌଣସି କାମରେ ଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ନିକଟସ୍ଥ ଦନ୍ଦ୍ରା ଗ୍ରାମ ପାଖରେ ଏକ ଅଜଣା ଟ୍ରକ ଧକ୍କା ଦେଇ ଚାଲି ଯାଇଥିଲା । ଫଳରେ ଘଟଣା ସ୍ଥଳରେ କେନ୍ଦୁପାଟି ଗ୍ରାମର ଶ୍ୟାମ ପୁଞ୍ଜି (୩୫) ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସାଙ୍ଗରେ ଥିବା ଖିପ୍ଲି ମାଲ ଗ୍ରାମର ଥବିର ବାଗ ଏବଂ କୁର୍ଲୁଭଟା ଗ୍ରାମର ବିଶିକେଶନ ପୋଟ ଗୁରୁତର ଆହତ ହୋଇ ପ୍ରଥମେ କଣ୍ଟାବାଞ୍ଜି ଚିକିତ୍ସାଲୟ ରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଏ ନେଇ ବଙ୍ଗୋମୁଣ୍ଡା ଥାନାରେ କେଶ ନଂ ୫୭/୨୨ ରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଥିବା ନେଇ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post