ଉତ୍କଳ ଦିବସ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ବନ୍ଦେ ଉତ୍କଳ ଜନନୀ”

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍କଳ ଦିବସ ଉପଲକ୍ଷେ ଆସନ୍ତା ଏପ୍ରିଲ ୧ ତାରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦ ଗଜପତିର ମିଳିତ ସହଯୋଗରେ ସଂଗୀତ ଗୁରୁ ରଘୁନାଥ ପାତ୍ରଙ୍କ ସଂଯୋଜନାରେ ଏକ ଦେଶାତ୍ମବୋଧ ସଂଗୀତ କାର୍ଯ୍ୟକ୍ରମ ” ବନ୍ଦେ ଉତ୍କଳ ଜନନୀ” ଅନୁଷ୍ଠିତ ହେବ ବୋଲି ଗୁରୁ ଶ୍ରୀ ପାତ୍ର ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀ ପ୍ରଭାତ ପାତ୍ର , ଡ଼.ଚନ୍ଦନ ଗନ୍ତାୟତ , ଶର୍ମିଳା ସାମନ୍ତରା , ଶିବ ଶଙ୍କର ଷଡଙ୍ଗୀ ସହ ପାରଳାଖେମୁଣ୍ଡିର ଭକ୍ତି ସଂଗୀତ ସଂସଦର ଶିଳ୍ପୀମାନେ ସଂଗୀତ ଗାନ କରିବାର କାର୍ଯ୍ୟକ୍ରମ ରହିଛି।
ଉକ୍ତ କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଉଦଘାଟନ ପାଇଁ ସମ୍ମତ ପ୍ରଦାନ କରିଥିବା ବେଳେ ଅଗ୍ରଣୀ ନାଟ୍ୟାନୁଷ୍ଠାନ କ୍ରିଏଟିଭ୍ ଆର୍ଟସ୍ ସହଯୋଗ କରୁଛନ୍ତି ବୋଲି ଗୁରୁ ଶ୍ରୀ ପାତ୍ର ଜଣାଇଛନ୍ତି।

Leave A Reply

Your email address will not be published.