ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନାଗର ବ୍ଲକର କେ.ସୀତାପୁର ସରପଞ୍ଚ ଭାବେ ଶ୍ରୀ କେ.ତେଜସ୍ୱର ରାଓ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଧି-ବିଧାନରେ ପୂର୍ଜା ଅର୍ଚ୍ଚନା କରିବା ପରେ କାର୍ଯ୍ୟଭାର ଗ୍ରହଣ କରିଥିଲେ।
କେ.ସୀତାପୁର ପଞ୍ଚାୟତର ଅଧୁରା କାମକୁ ଅତିଶୀଘ୍ର ଶେଷ କରିବି। ନାୟବ ସରପଞ୍ଚ ବ୍ଲକ ଅଧ୍ୟକ୍ଷା ୱାର୍ଡ ସଭ୍ୟ ଜ୍ଞାନୀଗୁଣିଙ୍କ ସହ ମିଳିମିଶି କାମ କରିବି। ଏହି ପଞ୍ଚାୟତରେ ଅଭିଯୋଗ ପ୍ରକୋଷ୍ଠ ହାଲ ଖୋଲି ପଞ୍ଚାୟତର ସର୍ବସାଧାରଣଙ୍କ ସୁବିଧା ଅସୁବିଧାରେ ସାହାଯ୍ୟ କରିବି।
ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମା , ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି.ତିରୁପତି ରାଓ , ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ଏବଂ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରାଯାଇ ସମାଧାନ କରିବି ବୋଲି କହିଛନ୍ତି ଶ୍ରୀ ରାଓ।
ଦାୟିତ୍ବ ଗ୍ରହଣ କଲାବେଳେ ବହୁ ବୁଦ୍ଧିଜୀବୀ , ବରିଷ୍ଠ ନାଗରିକ , ସରକାରୀ କର୍ମଚାରୀ , ସାମ୍ବାଦିକ ଭାଇ ,ୱାର୍ଡ ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ରାଧାକୃଷ୍ଣ ଅଗୁପାତ୍ର,ପିତାମ୍ବର ସାରଙ୍ଗ,ବି.ସିନା, ଡି.ଭିମରଜୁ,ଡି.ରାଜେଶ କୁମାର , ନବୀନ ବାବୁ , ତ୍ରିଲୋଚନ ବାବୁ , ଶ୍ରୀନୁ ବାବୁ ,ଲିଙ୍ଗ ମୂର୍ତ୍ତି,ଏସ .ଵାଲା , ୟୋଗୀ ସ୍ୱାମୀ , କାଶୀ ଚରତି , ଇନ୍ଦ୍ରଜିତ ଚରତି, ଅପି ଭଞ୍ଜ ଆଦି ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.