ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀଜଗନ୍ନାଥ ନିକେତନ (ଅନାଥ ଆଶ୍ରମ), ରାଜ ସୀତାପୁର, ଗୋଷାଣୀ ବ୍ଲକ ଠାରେ ମୁଖ୍ୟ ଅନାଦି ପାଣିଗ୍ରାହୀ ଓ ମହନ୍ତ ରମାନନ୍ଦ ଦାସ ଜୀଙ୍କ ଅନୁମତି କ୍ରମେ ବିଶ୍ଵର ପଞ୍ଚମ ଜଗତଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଅଭିଯାନ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ପାଳିତ ହୋଇଯାଇଛି।
ପ୍ରଥମ ପର୍ଯ୍ୟାୟରେ ଚିନ୍ମୟ ମିଶନର ସନ୍ୟାସୀ ସ୍ୱାମୀ ନିଗମାନନ୍ଦ ଜୀଙ୍କ ଅଧକ୍ଷତାରେ ବାଳ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ପର୍ଯ୍ୟାୟରେ ବାଳ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଶ୍ରୀକୃପାଳୁ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ବିଷୟରେ ଅବଗତ କରାଇ ନାମସଂକୀର୍ତ୍ତନ କରାଇଥିଲେ। ଆଶ୍ରମର ଅନ୍ତେବାସୀ ପିଲାମାନେ ଉତ୍ସହ ସହିତ ନାମସଂକୀର୍ତ୍ତନ କରି ଆଶ୍ରମ ପରିକ୍ରମା କରିଥିଲେ। ଏଥିରେ ବାଳକୃଷ୍ଣ ଜେନା ଓ ଗଣେଶ ଯାନୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.