ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଫିଚର୍ କାଲାମ୍ସ ବୁକ୍ ଅଫ୍ ରିକାଡସ୍ ଓ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ଚେନ୍ନାଇ , ତାମିଲନାଡୁ ଆନୁକୁଲ୍ୟରେ ଶନିବାର ଦିନ ଏକ ମିଳିତ ସଭାରେ ତାମିଲନାଡୁର ଚେନ୍ନାଇ ସହରର ଚେନ୍ନାଇ ଗେଟ୍ ୱଏ ହୋଟେଲରେ ଅନୁଷ୍ଠିତ ହୋଇଥିଲା।
ଉକ୍ତ ସମାରହରେ ଅନେକ ରାଜ୍ୟରୁ ଆସିଥିବା ଉକ୍ତ ସମ୍ମାନିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଓଡ଼ିଶାର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରର ଡଃ ଆଲୋକ କୁମାର ବୋଷ , ରାଜ୍ୟ ସଭାପତି, ଆନ୍ତର୍ଜାତିୟ ମାନବାଧିକାର କାଉନସିଲ , ଓଡ଼ିଶାଙ୍କୁ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ତାମିଲନାଡୁ ର ଚାନ୍ସେଲର ଡଃ ଏମ ପାଣ୍ଡିଆ ରାଜନ,କାମରାଜୁ ୟୁନଭରସିଟି, ମଦୁରାଇର ଅଧ୍ୟକ୍ଷ ଡ଼ଃ ଆର ସୋଲାଇମଲାଇ ଏବଂ ମୁଖ୍ୟ ଅତିଥି ଡଃ ଏକେଏନ୍ ଭାଇଥାଇୟାନାଥମ୍ ଜିଲ୍ଲା ଜର୍ଜ, ଚେନ୍ନାଇ, ଓ ଡଃ ବାବୁ ବାଲକୃଷ୍ଣା, ଅଧ୍ୟକ୍ଷ ୟୁନଭେରସଲ ଏଚିଭେରସ ବୁକ୍ ଅଫ୍ ରେକର୍ଡସ୍ ଙ୍କ ଦ୍ଵାରା ଗଜପତି ଜିଲ୍ଲାର ଡଃ ଆଲୋକ କୁମାର ବୋଷଙ୍କୁ ମେଡାଲ ଦେଇରେ ସମ୍ମାନିତ କରାଯାଇଥିଲା। ଫିଉଚର କାଲାମସ୍ ଅଫ୍ ଇଣ୍ଡିଆ ୨୦୨୨ ପୁରସ୍କାର ମଧ୍ୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଫିଚର କାଲାମ୍ସ ବୁକ୍ ଅଫ୍ ରେକର୍ଡସ୍ ତରଫରୁ ପୁରସ୍କାରଟି ସାମାଜିକ ସେବା ପାଇଁ ସମ୍ମାନିତ କରାଯାଇଥିଲା। ଏହି ବିରଳ ପୁରସ୍କାର ପାଇଁ ଓଡ଼ିଶା ବାହାରରୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଗଜପତି ର ଅନେକ ହିତାଧିକାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.