ଭୁବନେଶ୍ୱର- ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି ଉତ୍ତରପ୍ରଦେଶର ପ୍ରିନ୍ସ ମଲିକ 89 କେଜି ପୁରୁଷ ଜୁନିୟର ସ୍ନାଚରେ 138 କେଜି ଉତ୍ତୋଳନକରି ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରଛନ୍ତି I ପୂର୍ବରୁ ଏହି ବର୍ଗରେ 135 କେଜିର ରେକର୍ଡ ଥିଲା I ପ୍ରିନ୍ସ ଏହି ବର୍ଗରେ କ୍ଲିନ ଆଣ୍ଡ ଜର୍କରେ 153 କେଜି ଉତ୍ତୋଳନ ସହ ମୋଟ 291 କେଜି ଉତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି I ଅନ୍ୟପକ୍ଷରେ ଏହି ବର୍ଗରେ ଆନ୍ଧ୍ରପ୍ରଦେଶର ଏ.ଏସ.ଆର.କେ. ଯାଦବ ମୋଟ 292 କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ଏବଂ ମଧ୍ୟପ୍ରଦେଶର ହିମାଂଶୁ ଥାପ୍ପା ମୋଟ 180 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
89 କେଜି ସିନିୟର ପୁରୁଷ ବର୍ଗରେ ଉତ୍ତରପ୍ରଦେଶର ରାମ କରଣ ପ୍ରଜାପତି ମୋଟ 317 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଚଣ୍ଡିଗଡ଼ର ଗୌରବ ମୋଟ 316 କେଜି ଉତ୍ତୋଳନ କରି ରୌପ୍ୟ ପଦକ ଏବଂ ଆରଏସପିବିର ହର୍ଷଦ ୱାଡେକର ମୋଟ 315 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
89 କେଜି ଆନ୍ତଃରାଜ୍ୟ ସିନିୟର ପୁରୁଷ ବର୍ଗରେ ଉତ୍ତରପ୍ରଦେଶର ରାମ କରଣ ପ୍ରଜାପତି ମୋଟ 317 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଚଣ୍ଡିଗଡ଼ର ଗୌରବ ମୋଟ 316 କେଜି ଉତ୍ତୋଳନ କରି ରୌପ୍ୟ ପଦକ ଏବଂ ପଣ୍ଡିଚେରିର ୟୁ. ଶିବପ୍ରକାଶ 304 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
89 କେଜି ୟୁଥ ପୁରୁଷ ବର୍ଗରେ ଆସାମର ସୁଦିତ୍ୟ ବରୁଆ ମୋଟ 275 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଆନ୍ଧ୍ରପ୍ରଦେଶର ଏସ.କେ. ଲାଲ ବଶୀର ମୋଟ 273 କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଉତ୍ତରପ୍ରଦେଶର ବେଦାନ୍ତ ଚୌଧୁରୀ 273 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
ସିନିୟର ମହିଳା 71 କେଜି ବର୍ଗରେ ପଞ୍ଜାବର ହରଜିନ୍ଦର କୌର ମୋଟ 208 କେଜି ଉତ୍ତୋଳନ କରି ସ୍ବର୍ଣ୍ଣ, ମିଜୋରାମର ଲାଲଛନହିମି ମୋଟ 203 କେଜି ଉତ୍ତୋଳନ କରି ରୌପ୍ୟ ଏବଂ ପଞ୍ଜାବର ଅମନଦୀପ କୌର 190 ଉତ୍ତୋଳନକରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
ଜୁନିୟର ମହିଳା 71 କେଜି ବର୍ଗରେ ରାଜସ୍ଥାନର ଅରମାନଦୀପ କୌର ମୋଟ 187 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ, ତାମିଲନାଡୁର ୱାଇ ପୂର୍ଣ୍ଣଶ୍ରୀ ମୋଟ 187 କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଉତ୍ତରପ୍ରଦେଶର ସୃଷ୍ଟି ମୋଟ 183 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
ୟୁଥ ମହିଳା 71 କେଜି ବର୍ଗରେ ହରିୟାଣାର ସଞ୍ଜନା ମୋଟ ମୋଟ 166 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ, ପଣ୍ଡିଚେରୀର ଏସ ରିଥିକା ମୋଟ 150 କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଆର. ହରିଣୀ ମୋଟ 149 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.