ଭୁବନେଶ୍ୱର:ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ରଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲାର ବହୁ ନିର୍ବାଚିତ ସମିତି ସଭ୍ୟ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ସାଧାରଣ ସଂପାଦକ ଯୁଗଲ କିଶୋର ପୋଡ ଏବଂ ନବନିର୍ବାଚିତ ଭବାନିପାଟଣା ବ୍ଲକ ଚେୟାରମ୍ୟାନ ଶ୍ରୀ ପ୍ରଫୁଲ୍ଲ ସାହୁଙ୍କ ନେତୃତ୍ୱରେ ନବନିର୍ବାଚିତ ସମିତି ସଭ୍ୟ ପୁଷ୍ପାଞ୍ଜଳୀ ସାହୁ, ଗୋପାଲ ରଣା, ଦାମ ଧରୁଆ,ଜନନୀ ବେମାଲ, ଗିତାଞ୍ଜଳୀ ସାହୁ, ତିବୁଲି ନାଗ, ତିଲୋତମା ଜାଲ୍, ରଜନୀ ସାହୁ, ବଲ୍ଲଭି ନାଏକଙ୍କ ସମେତ ସରପଂଚ ୟୁନିୟନର ପୂର୍ବତନ ସଭାପତି ରବିନ୍ଦ୍ର ସାହୁ, ପୂର୍ବତନ ସରପଂଚ ସୁଶାନ୍ତ କୁମାର ସାହୁ, ଅରୁଣ ମାଝୀ, ଦୟା ବେମାଲ, ବେଲାଳସେନ ନାଏକ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି।
ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ରନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟମାନଙ୍କୁ ଦଳୀୟଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ।ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଏବଂ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡାଙ୍କୁ ସମର୍ଥନ ଜଣାଇ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟୀରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ଶ୍ରୀ ମହାପାତ୍ର ସ୍ୱାଗତ କରିଥିଲେ। ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ୍, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଂଚାନନ ନାୟକ, କଳାହାଣ୍ଡି ଜିଲ୍ଲା ଏସଟି ମୋର୍ଚ୍ଚା ସଭାପତି ସାଗର ମାଝୀ, ମନୋଜ କୁମାର ସାହୁ, ବିଭିଷଣ ସାହୁ, ଚିନ୍ମୟ ବେହେରା, ଶରତ ନାଏକ, ନରେଶ ସାହୁ, ସୁମନ୍ତ ପାଢୀ, ସନ୍ତୋଷ ଦାସ ପ୍ରମୁଖଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.