ବାସୁଦେବପୁର/ ପ୍ରତାପ ପାଢ଼ୀ : ବାସୁଦେବପୁର ରେ ଜୋର ଧରିଛି ନିର୍ବାଚନ ପ୍ରଚାର ର ସରଗରମ। ବିଭିନ୍ନ ରାଜନୈତିକ ଦଳ ର ପ୍ରାର୍ଥୀ ମାନେ ଆରମ୍ଭ କରି ଦେଉଛନ୍ତି ଘର କୁ ଘର ବୁଲି ପ୍ରଚାର କ।ର୍ଯ୍ୟକର୍ମ, ତା ସହିତ ମଧ୍ୟ ବିଭିନ୍ନ ସଭା ସମିତି ରେ ଯୋଗ ଦେଇ ସପକ୍ଷ ରେ ଭୋଟ ପାଇଁ ନିବେଦନ କରୁଛନ୍ତି। ଏହି କ୍ରମ ରେ ବାସୁଦେବପୁର ରେ ଆଜି ଦେଖିବାକୁ ମିଳିଛି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ନିୟମିତ ପ୍ରଚାର ଚଳାଇ ଆସୁଥିବା ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁ ବ୍ରତ ରାଉତ ରାୟ ଙ୍କୁ ମଣ୍ଡାରୀ ର ବିଭିନ୍ନ ୱାର୍ଡ ରେ, ଦଳୀୟ ପ୍ରାର୍ଥୀ ମାନଙ୍କ ପାଇଁ ଘର କୁ ଘର ବୁଲି ଭୋଟ ମାଗିବା ସହ ବିଭିନ୍ନ ସଭା ସମିତି ରେ ଯୋଗ ଦେଇ ସପକ୍ଷ ରେ ଭୋଟ ପାଇଁ ନିବେଦନ କରିଛନ୍ତି। ସାଂସଦ ଓ ବିଧାୟକ ଙ୍କ ସହ ସୁରେଶ ଚନ୍ଦ୍ର ମହାନ୍ତି, ଅସିତ୍ କୁମାର ଦାସ, ବ୍ଲକ୍ ବିଜେଡ଼ି ସଭାପତି ଦିନ ବନ୍ଧୁ ଦାସ, ଶୁଭେନ୍ଦୁ ଭୂଷଣ ବେହେରା ଯୋଗ ଦେଇ ଅଧ୍ୟକ୍ଷା ପ୍ରାର୍ଥୀନୀ ନିବେଦିତା ବେହେରା ଙ୍କ ସହ ବିଜୁ ଜନତା ଦଳର କାଉଅନ୍ ସିଲାର୍ ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ପାଇଁ ନିବେଦନ କରିଥିଲେ।
Sign in
Sign in
Recover your password.
A password will be e-mailed to you.