ନିର୍ଦ୍ୱନ୍ଦରେ ସମିତି ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ଅମ୍ରିତା କାଡ୍ରାକା।

0

କଲ୍ୟାଣସିଂହପୁର-ପ୍ରଦୀପ ଦଲାଇ/ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଦୁଇଟି ଜିଲାପରିଷଦ ପ୍ରାର୍ଥୀ ନିର୍ବାଚିତ ହେବାପରେ ଗତକାଲି ନାଏବ ସରପଞ୍ଚ ନିର୍ବାଚନ କରାଯାଇଥିଲା ।ତାହା ଆଜି ସମିତି ଅଧ୍ୟକ୍ଷା ପଦବୀପାଇଁ ପ୍ରାର୍ଥୀ ଚୟନ କରି ନାମାଙ୍କନ ପତ୍ର ଦାଖଲ କରିଥିଲେ ।୧୪ ପଞ୍ଚାୟତ ସମିତି ପ୍ରାର୍ଥୀଙ୍କୁ ନେଇ ଅଧକ୍ଷା ପଦବୀ ପୂରଣ କରାଯାଇଛି ।ଏଥିରେ ୮ ଟି ସମିତି ବିଜେଡି ସମର୍ଥକ,୪ଟି କଂଗ୍ରେସ ଓ ୨ଟି ବିଜେପି ସମର୍ଥକ ପ୍ରାର୍ଥୀ ରହିଥିଲେ ।ଏଥିରେ ସିଙ୍ଗାରି ପଞ୍ଚାୟତର ବିଜେଡି ସମର୍ଥିତ ସମିତି ସଭ୍ୟା ପ୍ରାର୍ଥୀନୀ ଅମ୍ରିତା କାଡ୍ରାକା ନାମାଙ୍କନ ପତ୍ର ଦାଖଲ କରିଥିଲେ ।କିନ୍ତୁ ଅନ୍ୟ କୌଣସି ଦଳ ପକ୍ଷରୁ ନାମାଙ୍କନ ଦାଖଲ କରିନଥିଲେ ।ଯାହାଫଳରେ ନିର୍ଦ୍ୱନ୍ଦରେ ବିଜୟୀ ହାସଲ କରିଥିବା ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ସୁଧାକର ରଇତ ବିଜୟୀ ଘୋଷଣା କରିଛନ୍ତି ।,ଜିପିଓ ମାନସ ରଞ୍ଜନ ପ୍ରଧାନ, ଏବିଡ଼ିଓ ବଳରାମ ପାତ୍ର ,ଥାନା ଅଧିକାରୀ ସୁକୁମା ହଂସୁଦା ପ୍ରମୁଖ ଉପସ୍ଥିତ ଥିଲେ ।ଏହି ନିର୍ବାଚନ କିପରି ଶାନ୍ତିଶୃଙ୍ଖଳା ଭାବେ ହେବ ବୋଲି, ପୁଲିସ ମୁତୟନ କରାଯାଇଥିଲା ।କଲ୍ୟାଣସିଙ୍ଗପୁର ବିଜେଡି ମହଲରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.