ବିଜେଡି ପୋଛି ନେଲା ୧୨ ରୁ ୧୨: ଦଶଟିରେ ନିର୍ଦ୍ବନ୍ଦ୍ବ

0

ବରଗଡ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଥିଲା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ବରଗଡ଼ ଜିଲ୍ଲାରେ ସମସ୍ତ ୧୨ ଟି ବ୍ଲକ ରେ ପଂଚାୟତ ସମିତି ଅଧକ୍ଷ ନିର୍ବାଚନ ହୋଇଥିବା ବେଳେ ୧୦ ଟି ବ୍ଲକ ରେ ନିର୍ଦ୍ୱନ୍ଦରେ ବିଜୁ ଜନତା ଦଳର ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରାର୍ଥୀ ମାନେ ନିର୍ବାଚିତ ହୋଇଛନ୍ତି । ତେବେ ଦୁଇଟି ବ୍ଳକ୍ ରେ ଦୁଇ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ଏବଂ ନିର୍ବାଚନ ହୋଇଥିଲା । ସେଥି ମଧ୍ୟରୁ ବରପାଲି ବ୍ଲକ ଅଧ୍ୟକ୍ଷା ପାଇଁ ରୀନା ଥଇତ ଓ ଚନ୍ଦ୍ରକାନ୍ତି ବାଗ ଙ୍କ ମଧ୍ୟରେ ଭୋଟିଂ ହୋଇଥିବା ବେଳେ ୩ ଜଣ ସମିତି ସଭ୍ୟ ପ୍ରାର୍ଥୀ ଅନୁପସ୍ଥିତ ରହିଥିଲେ । ଚନ୍ଦ୍ରକାନ୍ତି ବାଗ ଙ୍କୁ ମୋଟ ଗୋଟିଏ ଭୋଟ ମିଳିଥିବା ବେଳେ ବିଜେଡି ର ରୀନା ଥଇତ ଙ୍କୁ ୧୯ ଖଣ୍ଡ ଭୋଟ ମିଳିଛି । ରୀନା ନିକଟତମ ପ୍ରତିଦ୍ୱନ୍ଦୀ ଚନ୍ଦ୍ରକାନ୍ତି ଙ୍କ ଠାରୁ ୧୮ ଖଣ୍ଡ ଭୋଟରେ ବିଜୟୀ ଲାଭ କରିଛନ୍ତି ଓ ବିଜେପୁର ବ୍ଲକ ଅଧ୍ୟକ୍ଷ ପାଇଁ ମୋତିରାମ ସାହୁ( ବିଜେଡି) ରୁ ୧୪ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ସଞ୍ଜୁ ପ୍ରଧାନ ଙ୍କ ଠାରୁ ଅଧିକ ୫ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି ।
ସେହିପରି ଅନ୍ୟ 10 ଟି ବ୍ଲକରେ ସମସ୍ତ ବିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । କୀର୍ତ୍ତି ଚନ୍ଦ୍ର ଶେଖର ଦୁଆନ ଆମ୍ବଭନା ବ୍ଲକ ର ନୂତନ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ବେଳେ ଝାରବନ୍ଧ ପଂଚାୟତ ସମିତି ଅଧ୍ୟକ୍ଷା ଭାବେ ହେଲେ ଲିପ୍ସା ପ୍ରଧାନ, ଭେଡେନ ବ୍ଲକ ଅଧ୍ୟକ୍ଷା ଭାବେ ସୁପ୍ରଭା ମହାଳିଙ୍ଗ, ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ହେଲେ ପ୍ରଣୟ ସାହୁ , ବବି ପ୍ରଧାନ ସୋହେଲା ବ୍ଲକର ଅଧ୍ୟକ୍ଷା ଭାବେ, ବରିଷ୍ଠ ନେତା ଶ୍ରୀ ନିତ୍ୟାନନ୍ଦ ପ୍ରଧାନ ଭଟଲି ପଞ୍ଚାୟତ ସମିତି ଅଧ୍ୟକ୍ଷ, ନଳିନୀ ପାଣ୍ଡେ ବରଗଡ଼ ପଂଚାୟତ ସମିତି ଅଧ୍ୟକ୍ଷା, ପାଇକମାଲ ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ଭାବନା ସିଂ , ରାଜବୋଡାସମ୍ବର ବ୍ଲକ ର ନୂତନ ଅଧ୍ୟକ୍ଷ ଭାବରେ ଶ୍ରୀ ରଞ୍ଜିତ ସିଂ ବାରିହା ଓ ଅତାବିରା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବରେ ଗୀତାଞ୍ଜଳି ନାୟକ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.