କଲ୍ୟାଣସିଙ୍ଗପୁର ବ୍ଲକରେ ନାଏବ ସରପଞ୍ଚ ଙ୍କ ନିର୍ବାଚନ।

0

କଲ୍ୟାସିଂହପୁର/ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ନାଏବ ସରପଞ୍ଚ ଙ୍କ ନିର୍ବାଚନ ଆଜି ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ପିଇଓ ଙ୍କ ସମ୍ମୁଖ ନିର୍ବାଚନ ରେ ନାଏବ ସରପଞ୍ଚ ଙ୍କ ଵିଜୟ । ନୂତନ ନାଏବ ସରପଞ୍ଚ ଙ୍କୁ କାର୍ଯ୍ୟାଳୟର କର୍ମଚାରୀ ଯୋଗାଣ ସହାୟକ ,ଗ୍ରାମ୍ୟ ରୋଜଗାର ସେବକ ଉପସ୍ଥିତ ରହି ନିର୍ବାଚନ କରିଥିଲେ ।ଏଥିରେ ତାଙ୍କ ସମର୍ଥକ ମାନେ ଉପସ୍ଥିତ ରହିଥିଲେ । ନାରାୟଣ ପୁର ପଞ୍ଚାୟତ ରେ ସୁକୁନ୍ତଳା ଗୀମାଙ୍ଗ ନିର୍ବାଚିତ ହୋଇଥିବା ବେଳେସେହିପରି ଧାମୁଣି ପଙ୍ଗା ପଞ୍ଚାୟତ ରେ କାଡ୍ରାକା ଜିଆନା,ସିଙ୍ଗାରି ପଞ୍ଚାୟତ ରେ ଜେମାମଣି ନାଏକ,ପାରସାଲି ପଞ୍ଚାୟତ ରେ ନିର୍ବାଚନ ହୋଇ ପାରି ନାହିଁ,ପୂଜାରୀଗୁଡା ପଞ୍ଚାୟତ ରେ କାମେଶ୍ବର ରାଓ ,ସୁନାଖଣ୍ଡି ପଞ୍ଚାୟତ ରେ କ୍ଷୀର ହିକକା,ପଲମା ପଞ୍ଚାୟତ ରେ ମହେନ୍ଦ୍ର ହୁଇକା, କନ୍ଧ କାତିପାଡୁ ପଞ୍ଚାୟତ ରେ ମନିକା ହିମିରିକା , ମାଝୀଗୁଡା ପଞ୍ଚାୟତ ରେ ନବ ରାଓ କଣ୍ଡା ଗରୀ,ବୁଡ଼ାଗୁଡ଼ା ପଞ୍ଚାୟତ ରେ କାନ୍ତେ ହିମିରିକା ,ସେରିଗୁମା ପଞ୍ଚାୟତ ରେ ମନିକା ଜାଗାରାଓ , ଶିକାରପାଇ ପଞ୍ଚାୟତ ରେ ପୁଷ୍ପା ରାଣୀ ରୁଷିଶୃଙ୍ଗ ,କରପା ପଞ୍ଚାୟତ ରେ ରାଜୀବ ହିକକା ଓ କଲ୍ୟାଣ ସିଂହପୁର ପଞ୍ଚାୟତ ରେ ଜୟନ୍ତୀ ମାଳା ସେଠି ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ସୁଧାକର ରଇତ,ମାନସ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।କଲ୍ୟାଣସିଙ୍ଗପୁର ବ୍ଲକରେ ୧୪ଟି ପଞ୍ଚାୟତ ମଧ୍ୟରୁ ୧୩ଟି ପାଞ୍ଚାୟତରେ ନୂତନ ଭାବେ ନାଏବ ସରପଞ୍ଚ ନିର୍ବାଚିତ ହୋଇଥିବା ବେଳେନିୟମଗିରି ପାରସାଲି ପଞ୍ଚାୟତରେ କୌଣସି କାରଣରୁ ନାଏବ ସରପଞ୍ଚ ନିର୍ବାଚିତ ହୋଇପାରିନାହିଁ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.