ଦରଦୀବନ୍ଧୁ ଫାଉଣ୍ଡେସନ, ଓଡିଶା ତରଫରୁ ନୂତନ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

0

ଖଇରା /ବୁଲୁ ଲେଙ୍କା:ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦରଦୀବନ୍ଧୁ ଫାଉଣ୍ଡେସନ ତରଫରୁ ବର୍ତ୍ତନା ସ୍ଥିତ ଆନ୍ଦୋଳା ଗ୍ରାମରେ ନୂତନ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ମୁଖ୍ୟ ପୁରୋଧା ତଥା ବନ୍ଧୁ ଓଡିଶାର ବରେଣ୍ୟ ସ୍ୱେଚ୍ଛା ସେବୀ ଗଗନ ବିହାରୀ ପାଇଠଳଙ୍କ ସୈାଜନ୍ୟରେ ଏହି ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ଗୀତି ରଂଜନ ବେହେରାଙ୍କ ତତ୍ୱାବଧାନରେ ଗ୍ରାମରେ ଥିବା ସମସ୍ତ ଅସହାୟ ଙ୍କ ସମେତ କୁନି କୁନି ପିଲା ମାନଙ୍କୁ ଉକ୍ତ ବସ୍ତ୍ର ପ୍ରଦାନ କରା ଯାଇଥିଲା । ସଂଗଠନର ସଭ୍ୟ ସଭ୍ୟା ମାନଙ୍କ ମଧ୍ୟରୁ ସଞ୍ଜୟ ରାଉତ, ରୀନାରାଣୀ ଜେନା, ସୁଭଦ୍ରା ଦେବୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମର ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇଥିଲେ । ସମାଜ ସେବୀ ଗଗନ ବିହାରୀ ପାଇଠଳ ଅନୁଷ୍ଠାନର ମହତ୍ ସମାଜ ସେବା ମନୋଭାବକୁ ଅନୁକ୍ଷଣ କରି ପରବର୍ତ୍ତୀ ସମୟରେ ସମସ୍ତ ଦିଗରୁ ନିଜର ସହଯୋଗ ରହିବ ବୋଲି ପ୍ରକାଶ କରିଛନ୍ତି । ଦରଦୀ ବନ୍ଧୁ ସଂଗଠନର ଏତାଦୃଶ କାର୍ଯ୍ୟକ୍ରମକୁ ସାଧାରଣ ରେ ଭୂୟସୀ ପ୍ରସଂସା କରା ଯାଇଛି ।

Leave A Reply

Your email address will not be published.