କୁକୁର କାମୁଡ଼ାରେ ହରିଣ ଛୁଆ ଆହତ ।

0

ଖଇରା(ବୁଲୁ ଲେଙ୍କା )-ବାଲେଶ୍ୱର ଜିଲ୍ଲା ଔପଦା ବନବିଭାଗ ଅଧିନ ଦୁଖଣ୍ଡଖଇରା ଗାଁରେ କୁକୁର କାମୁଡ଼ାରେ ଆହତ ହୋଇ ପୋଖରୀରେ ପଡ଼ିଥିବା ଏକ ହରିଣ ଛୁଆକୁ ସ୍ଥାନୀୟ ଲୋକେ ଏବଂ ବନବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଆଜି ଔପଦା ପାହାଡ଼ରୁ ଦୁଇଟି ହରିଣ ଛୁଆ ଖାଦ୍ୟ ଅନ୍ୱେଷଣରେ ଦୁଖଣ୍ଡଖଇରା ଗାଁକୁ ପଳେଇଆସିଥିଲେ। ହରିଣ ଛୁଆ ଦୁଇଟିଙ୍କୁ ବୁଲା କୁକୁର ଗୋଡ଼ାଇବା ସହିତ କାମୁଡ଼ିଦେଇଥିଲେ।ପରେ ଗୋଟିଏ ହରିଣ ପାଖରେ ଥିବା ପିଣ୍ଡାବସା ଜଙ୍ଗଲକୁ ପଲେଇଯାଇଥିବା ବେଳେ ଅନ୍ୟଟି କୁକୁର କାମୁଡ଼ାରେ ଆହତ ହୋଇ ଦୁଖଣ୍ଡଖଇରା ଗାଁର ହରି ପୁଥାଳଙ୍କ ବାଡ଼ିରେ ଥିବା ପୋଖରୀରେ ପଡିଯାଇଥିଲା।ଗ୍ରାମବାସୀମାନେ ଦେଖି ଔପଦା ବନବିଭାଗକୁ ଖବର ଦେଇଥିଲେ।ବନବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ହରିଣ ଛୁଆଟିକୁ ଉଦ୍ଧାର କରି ଖଇରା ପଶୁ ଚିକିତ୍ସାଳୟରେ ଚିକିତ୍ସା କରିଛନ୍ତି।

Leave A Reply

Your email address will not be published.