ପଦ୍ମପୁର ଶିକ୍ଷକ ସଂଘ ବିଇଓ ଙ୍କୁ ସାକ୍ଷାତ।

0

ପଦ୍ମପୁର -ରାଜବୋଡାସମ୍ବର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ ବର୍ଗର ଏକ ପ୍ରତିନିଧି ଦଳ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କାଳିଚରଣ ଦୁବେ ଙ୍କୁ ସାକ୍ଷାତ କରି କାର୍ଯ୍ୟାଳୟ ରେ ଲାଗିରହିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋଚନା କରିଥିଲେ।ସଂଘ ସଭାପତି ସଦାନନ୍ଦ ପୁରୋହିତ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବିଭିନ୍ନ ପ୍ରକାର ବକେୟା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯଥା ଶୀଘ୍ର କରିବା, ଗତବର୍ଷ କରୋନାରେ ପରଲୋକ ଘଟିଥିବା ଶିକ୍ଷକ ପ୍ରଦୀପ କୁମାର ଭୋଇଙ୍କ ବିଭିନ୍ନ ପ୍ରକାର ପ୍ରାପ୍ଯରେ କୋୖଣସି ଅଗ୍ରଗତି ନହେବା, ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ଇ ପି ଏପ୍ ,ଏକ୍ସ କେଡ଼ର ଓ ଏସ୍ ଏସ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦରମା ତଥା ବକେୟା ପ୍ରଭୃତି କାମ ଜୈନିକା ଏକାଉଣ୍ଟଟେଣ୍ଟ ଙ୍କ ଉଦ୍ଦେଶ୍ୟ ମୂଳକ ଭାବେ ହଇରାଣ କରୁଥିବା ତଥା ନିଜ କଷ୍ଟୋପାର୍ଜିତ ଜିପିଏଫ ଯଥା ସମୟରେ ନପାଇବା ଇତ୍ୟାଦି ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ।ଏବଂ ଉକ୍ତ ଏକାଉଣ୍ଟଟେଣ୍ଟ ତାଙ୍କ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ନକଲେ ପରବର୍ତ୍ତୀ ସମୟରେ ସଂଘ ତାଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା କୁ ବାଧ୍ୟ ହେବେ ବୋଲି କହିଥିଲେ।ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦୁବେ ସମସ୍ୟା ର ଗୁରୁତ୍ୱ ଉପଲବ୍ଧି କରି ଦୁଇ ଦିନ ମଧ୍ୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଉକ୍ତ ବୈଠକରେ ଅତିରିକ୍ତ ଶିକ୍ଷା ଅଧିକାରୀ ବିପିନ ବିହାରୀ ମିଶ୍ର, ଜୟକୁମାର ସାହୁ, ରାମସିଂ ଭୋଇ ତଥା ଶିକ୍ଷକ ଜତିନ୍ଦ୍ର କୁମାର ଦାଶ,ବିବେକାନନ୍ଦ ମହାପାତ୍ର, ବିନୋଦ ରଥ,ଅମୃତ ଲାଲ ତାଣ୍ତି,ଭରତ ଚନ୍ଦ୍ର ସାହୁ, ବୈଶାଖୁ ସେଠ,ଅଭିଷେକ ମହାନ୍ତି, ବିଜୟ କୁମାର ସାହୁ, ରାଜେନ୍ଦ୍ର କୁମାର ସାହା,ସୁବାଷ ଚନ୍ଦ୍ର ନାଥ ପ୍ରଭୃତି ଉପସ୍ଥିତ ଥିଲେ।

Leave A Reply

Your email address will not be published.