ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋମବାର ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଯାଇଛି । ସୋଆର ଉପସଭାପତି ଶ୍ରୀମତୀ ଶାଶ୍ୱତୀ ଦାସ ଓ ପ୍ରତିଷ୍ଠାତା ସଦସ୍ୟା କୁମାରୀ ଉପାସନା ନାୟକ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।
ଚଳିତ ବର୍ଷ ମହିଳା ଦିବସର ପ୍ରସଙ୍ଗ ‘Gender equality today for a sustainable tomorrow’ (ଲିଙ୍ଗଗତ ସମାନତା, ଆଜି ଓ ଆଗାମୀ କାଲି ନିମନ୍ତେ) ଉପରେ ମତ ରଖି ଶ୍ରୀମତୀ ଦାସ କହିଥିଲେ ଯେ ନାରୀ ବର୍ତମାନ ଆଉ ଅବଳା ଦୁର୍ବଳା ନୁହେଁ । ତେବେ ନାରୀ ପୁରୁଷ ମଧ୍ୟରେ ସମାନତା ଆଣିବା ଓ ନାରୀକୁ ସମ୍ମାନ ଦେବା ସମ୍ପର୍କରେ ପରିବାରରେ ପିଲାମାନଙ୍କୁ ଶିକ୍ଷା ଦେବା ଜରୁରୀ ବୋଲି ସେ କହିଥିଲେ ।
ସେହିପରି ପ୍ରତିଷ୍ଠାତା ସଦସ୍ୟା କୁମାରୀ ନାୟକ ନାରୀମାନେ ପରସ୍ପରକୁ ସମ୍ମାନ ଦେବା ଦେଇ ଗୁରୁତ୍ୱାରୋପ କରିଥିଲେ । ନାରୀଟିଏ ଗୃହିଣୀ ହେଉ ବା କର୍ମଜୀବି ଏହା ତାଙ୍କର ନିଜସ୍ୱ ନିଷ୍ପତି । ତେଣୁ ଏଭଳି କ୍ଷେତ୍ରରେ କେହି କାହାର ଜୀବନଶୈଳୀକୁ ଆକ୍ଷେପ କିମ୍ବା ଅସମ୍ମାନ କରିବା ଉଚିତ୍ ନୁହେଁ ବୋଲି କୁମାରୀ ନାୟକ ମତ ରଖିଥିଲେ । ନିମନ୍ତ୍ରିତ ଅତିଥିମାନେ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ ଓ ମହିଳା ଦିବସ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର କେକ କାଟି ଉତ୍ସବକୁ ପାଳନ କରିଥିଲେ ।
ଏହି ଅବସରରେ ସୋଆର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଆଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ସୋଆ ପ୍ରାଚୀନର ମୁଖ୍ୟ ଡଃ ଗାୟତ୍ରୀବାଳା ପଣ୍ଡା, ପ୍ରଫେସର ମୀରା ଦାସ, ପ୍ରଫେସର ସଂଘମିତ୍ରା ନାୟକ, ପ୍ରଫେସର ରେଣୁ ଶର୍ମା, ପ୍ରଫେସର ତୃପ୍ତି ସ୍ୱର୍ଣ୍ଣକାର, ପ୍ରଫେସର ସ୍ୱୟଂପ୍ରଭା ଦାଶ, ପ୍ରଫେସର ସୁଜାତା ମିଶ୍ର, ପ୍ରଫେସର ସ୍ନିଗ୍ଧା ପଟ୍ଟନାୟକ, ଜଏଂଟ ରେଜିଷ୍ଟ୍ରାର ପ୍ରଫେସର ମଧୁବ୍ରତା ଦାସ, ପ୍ରଫେସର ସ୍ମିତା ମହାପାତ୍ର, ପ୍ରଫେସର ଅନିତା ପଣ୍ଡା ଓ ସୋଆ କମ୍ୟୁନିଟି ରେଡ଼ିଓର ଇନ୍ଚାର୍ଜ ଶ୍ରୀମତୀ ହନି ପଟ୍ଟନାୟକଙ୍କ ସମେତ ସୋଆର ବିଭିନ୍ନ ଅନୁଷ୍ଠାନର ବରିଷ୍ଠ ମହିଳା କାର୍ଯ୍ୟକର୍ତା ଏବଂ ପ୍ରମେୟ ଓ ନ୍ୟୁଜ୭ ର ମହିଳା ସାମ୍ବାଦିକାମାନେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post