ନବମ ବାର୍ଷିକ ରାଧାକାହ୍ନୁ ମେଲଣ ମହୋତ୍ସବ ୨୦୨୨

0

ସିମୁଳିଆ (ଅକ୍ଷୟ କୁମାର ଜେନା)- ରୟାଲ ଗ୍ରୁପ୍ ର ଅଧ୍ୟକ୍ଷ ତଥା ଶିକ୍ଷାବିତ ବିଶ୍ନୁମୋହନ ମହାନ୍ତି ସାରା ଓଡ଼ିଶା ରେ ଜଣେ ଜଣାଶୁଣା ନାମ। ଅନେକ ସ୍କୁଲ କଲେଜ ପ୍ରତିଷ୍ଠା କରି ଶିକ୍ଷା ର ମାନ କୁ ଉଚ୍ଚ ଆସନ ନେଇ ପାରିଛନ୍ତି। ଗାଁ କୁ ଭଲ ପାଉ ଥିବା ଏହି ବ୍ୟକ୍ତି ବିଶେଷ ଦୀର୍ଘ ନ ବର୍ଷ ଧରି ନିଜସ୍ଵ ଜନ୍ମ ମାଟି ରେ ଏଥର ନବମ ରାଧା କାହ୍ନୁ ମେଲଣ ମହୋତ୍ସବ ଅନୁଷ୍ଠିତ କରାଇ ବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ଲୋକ ମାନେ କୋ ର ନା କଟକଣା ଯୋଗୁଁ ବ୍ୟତିବ୍ୟସ୍ତ ଥିବା ବେଳେ। ଏଥର ମଦନ ମୋହନ ପଡିଆ ରୟାଲ ସ୍କୁଲ ପାଖ ରେ ଆକର୍ଷଣୀୟ ତୋରଣ ସଙ୍ଗେ ସଙ୍ଗେ ଆଇ ଲଭ୍ ମଇତାପୁର ସେଲ୍ଫି ପଏଣ୍ଟ , ରୟାଲ ଅମୂଜମେଣ୍ଟ ପାର୍କ, ବାର୍ଷିକ ପତ୍ରିକା’ ମୟୁଖ’ ର ଉନ୍ମୋଚନ କାର୍ଯ୍ୟକ୍ରମ ରହିଛି। ତତ୍ ସହ ୧୫ ତାରିଖ ରୁ ୧୯ ଯାଏ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମାନ ରହିଛି। ମାଗଣା ଦୋଳି, ମିକି ମାଉସ, ଡ୍ରା ଗ ନ ଦୋଳି, ଛୋଟ ପିଲମାନଙ୍କ ପାଇଁ ମନୋରଞ୍ଜନ ଭରପୁର କାର୍ଯ୍ୟ କ୍ରମ ସହ ୧୬ ତାରିଖ ରୁ ୧୯ ତାରିଖ ଯାଏ ଯାତ୍ରା କୋଣାର୍କ ଗଣନାଟ୍ୟ ଅନେକ ମୋନୋରଞ୍ଜ ର ଖୋରାକ ଯୋଗାଇ ବ ବୋଲି ଆଖ ପାଖ ଅଞ୍ଚଳ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି । ଏବଂ ଆକର୍ଷଣୀୟ ୫୩ ଟି ସୁସଜ୍ଜିତ ମେଢ଼ ମଦନ ମୋହନ ପଡିଆ କୁ ପ୍ରବେଶ ବାଜା ରୋଷଣୀ ସହ ରାତି ସାରା ଲୋକ ମାନେ ଭକ୍ତି ଭାବ ସହ ଉଜାଗର ରହି ଭଗବାନ୍ ଙ୍କ ମେଲଣ କୁ ଭରପୁର ଉପୋଭାଗ କରୁଥିବା ଏଠାରେ ଦେଖି ବାକୁ ମିଳେ।

Leave A Reply

Your email address will not be published.