ଭୁବନେଶ୍ୱର: ଦେଶର ଅଗ୍ରଣୀ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ଜେଏସ୍ଡବ୍ଲ୍ୟୁ ଆଇସିଟି ବର୍ଗରେ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି । ଭୁବନେଶ୍ୱରରେ ଶୁକ୍ରବାର ଆୟୋଜିତ ସିଆଇଆଇ ଓଡ଼ିଶା ବାର୍ଷିକ ଉତ୍ସବରେ କମ୍ପାନୀକୁ ଏହି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । କ୍ୱାଲିଟି ସର୍କଲ, ଶିଳ୍ପ ସମ୍ପର୍କ, ପରିବେଶ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ (ଇଏସ୍ଏଚ୍) ଓ ଆଇସିଟି ବର୍ଗରେ ଇଣ୍ଡଷ୍ଟ୍ରି କାର୍ନିଭାଲ ଅଧୀନରେ ଏହି ରାଜ୍ୟସ୍ତରୀୟ ସମାରୋହ ଆୟୋଜିତ ହୋଇଥିଲା । ଡିଜିଟାଲ ଇଣ୍ଟରଭେନ୍ଶନ ବା ଟେକ୍ନୋଲୋଜି ମାଧ୍ୟମରେ ସର୍ବୋତ୍ତମ ପ୍ରାକ୍ଟିସ୍ ମଡେଲ ପାଇଁ ଜେଏସ୍ଡବ୍ଲ୍ୟୁ ସମ୍ମାନଜନକ ଆଇସିଟି ଆୱାର୍ଡ ହାସଲ କରିଛି । ଏହି ପୁରସ୍କାର ନିମନ୍ତେ ଅନେକ ଅଗ୍ରଣୀ ଖଣି ଓ ଖଣିଜ ଶିଳ୍ପ ସଂସ୍ଥା ଆବେଦନ କରିଥିôବାବେଳେ ୨୦୨୧ରେ ଚୟନ ପ୍ରକ୍ରିୟା ହୋଇଥିଲା ।
ଏହି ସଫଳତା ପାଇଁ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଲିମିଟେଡ୍ର ସିଓଓ ରଞ୍ଜନ ନାୟକ ପୂରା ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସରକାରଙ୍କ ନିରନ୍ତର ସହାୟତା ଯୋଗୁ ଚ୍ୟାଲେଞ୍ଜର ସାମ୍ନା କରି ଏହି ମାଇଲଖୁଣ୍ଟ ହାସଲ ହୋଇପାରିଥିବା ସେ ପ୍ରକାଶ କରିଛନ୍ତି ।
ରାଜ୍ୟ ସରକାରଙ୍କ ନିୟମ ଅନୁସାରେ କମ୍ପାନୀର ଉତ୍ପାଦ ପାଇଁ ଆଇଇଏମ୍ଏସ୍, ଏଫ୍ଓଆଇଏସ୍, ବିଆର୍ପି ଏବଂ ସିଗ୍ନେଟ୍ ଭଳି ଅଗ୍ରଣୀ ଟେକ୍ନୋଲୋଜି ସହ ଯୋଡ଼ିହେବା ନିମନ୍ତେ ଜେଏସ୍ଡବ୍ଲ୍ୟୁ କରୋନା ମହାମାରୀବେଳେ ଏହାର ଓଡ଼ିଶା ଖଣିରେ ନିରନ୍ତର କାମ ଜାରି ରଖିଥିଲା । ଏହାଦ୍ୱାରା ଉପଯୁକ୍ତ ମୂଲ୍ୟ, ଉତ୍ପାଦର ଗୁଣବତ୍ତା, ଉତ୍ପାଦନ କ୍ଷମତା ବୃଦ୍ଧି ଲକ୍ଷ୍ୟ ରଖାଯାଇଥିଲା ।
୨୦୨୦ ଜୁଲାଇରେ କମ୍ପାନୀ ଏହାର ଖଣି କାର୍ଯ୍ୟ ଆରମ୍ଭ କରିଥିଲା । ମାତ୍ର ଅଳ୍ପ ସମୟ ମଧ୍ୟରେ ଏହି ଅଞ୍ଚଳରେ ଜେଏସ୍ଡବ୍ଲ୍ୟୁ ଡିଜିଟାଲାଇଜେଶନ ଡ୍ରାଇଭ୍କୁ ବେଶ୍ ଆଗେଇ ନେଇପାରିଛି । ଡିଜିଟାଲାଇଜେଶନ ଷ୍ଟାକ୍ ଭେରିଫିକେଶନ ସିଷ୍ଟମ ପାଇଁ ଜେଏସ୍ଡବ୍ଲ୍ୟୁ ସରକାରଙ୍କ ସହ ସମନ୍ୱୟ ସ୍ଥାପନ କରିଛି ।
ଜିପିଏସ୍ ଇନ୍ଷ୍ଟଲେଶନ ମାଧ୍ୟମରେ ଯାନବାହନଗୁଡ଼ିକର ଶତପ୍ରତିଶତ ଟ୍ରାକିଂ ଏବଂ ଜିଓ ଫେନ୍ସିଂ ରୁଟ୍ ଦ୍ୱାରା ଖଣିଜ ଚୋରି ବହୁମାତ୍ରାରେ ହ୍ରାସ କରାଯାଇପାରିଛି । ଉନ୍ନତ ପ୍ରକ୍ରିୟାରେ ଉଚ୍ଚ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଲାବ୍ ଇନ୍ଫରମେଶନ ମ୍ୟାନେଜମେଣ୍ଟ ସିଷ୍ଟମ (ଏଲ୍ଆଇଏମ୍ଏସ୍)ରେ ଡିଜିଟାଲ ଟେକ୍ନୋଲୋଜି ଉପଲବ୍ଧ କରାଯାଇଛି ।
ପ୍ରକ୍ରିୟା ଶେଷ ନିମନ୍ତେ ଲାଗୁଥିବା ସମୟ ବା ଟର୍ନ ଆରାଉଣ୍ଡ ଟାଇମ୍(ଟିଏଟି)କୁ ହ୍ରାସ କରିବା ଏବଂ ଡେସ୍ପ୍ୟାଚ୍ ଦକ୍ଷତା ବୃଦ୍ଧି କରିବାରେ ଲିଡିଂ ସଲ୍ୟୁସନ୍ସ ଫର୍ ଡିଜିଟାଲ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ସିଷ୍ଟମ (ଡିଏଲ୍ଏମ୍ଏସ୍) ବେଶ୍ ସହାୟକ ହୋଇଥିବା ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଲିଃ, ଓଡ଼ିଶା ଆଇଟି ଡିଭିଜନ ମୁଖ୍ୟ ବି. କେ. ଦାସ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.