ପୌର ନିର୍ବାଚନ : ଶେଷ ଦିନରେ ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥିନୀଙ୍କ ନାମାଙ୍କନ ପତ୍ର ଦାଖଲ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସରେ ବିଜେପି ଓ କଂଗ୍ରେସର ଦଳର ପ୍ରାର୍ଥିନୀ ମାନେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଜିଲ୍ଲା ଭାଜପା କାର୍ଯ୍ୟାଳୟରୁ ଜିଲ୍ଲା ଭାଜପା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ସମେତ ବହୁ ଦଳୀୟ ନେତା ଓ କର୍ମୀଙ୍କ ସହିତ ମ୍ୟୁନିସିପାଲିଟିର ଚେୟାରମ୍ୟାନ ପ୍ରାର୍ଥିନୀ ଏମ୍. ରାଜେଶ୍ୱରୀ ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରି ପୌର ପରିଷଦ କାର୍ଯ୍ୟାଳୟ ଠାରେ ପହଞ୍ଚି ପୌର ନିର୍ବାଚନ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣାଙ୍କୁ ନିଜ ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି।ସେହିପରି କଂଗ୍ରେସର ଚେୟାରମ୍ୟାନ ପ୍ରାର୍ଥିନୀ ଖଗେଶ୍ୱରୀ ବେହେରା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରୁ ନେତା ଓ କର୍ମୀଙ୍କ ସହିତ ଏକ ବିଶାଳ ପଟୁଆରରେ ବାହାରି ସହର ପରିକ୍ରମା କରି ପୌର ପରିଷଦ କାର୍ଯ୍ୟାଳୟ ଠାରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ସେହିପରି ଗତକାଲି ବିଜୁ ଜନତା ଦଳ ତରଫରୁ ମ୍ୟୁନିସିପାଲିଟିର ଚେୟାରମ୍ୟାନ ପ୍ରାର୍ଥିନୀ ନିର୍ମଳା ସେଠୀ ରାମନଗର ସ୍ଥତ ବିଜୁ ଜନତା ଦଳ ନିର୍ବାଚନୀ କାର୍ଯ୍ୟାଳୟ ଠାରୁ ଶହ ଶହ ବିଜେଡି କର୍ମୀ ଓ ନେତାଙ୍କ ମିଳିତ ଶୋଭାଯାତ୍ରାରେ ବାହାରି ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପୌର ନିର୍ବାଚନ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣାଙ୍କୁ ନିର୍ମଳା ସେଠୀ ବିଜୁ ଜନତା ଦଳ ଚେୟାରମ୍ୟାନ ପ୍ରାର୍ଥିନୀ ଭାବେ ନାମାନଙ୍କ ପ୍ରତ୍ର ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ୧୬ଗୋଟି ୱାର୍ଡର କାଉନସିଲର ପ୍ରାର୍ଥି/ପ୍ରାର୍ଥିନୀ ମାନେ ମଧ୍ୟ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଥିବାର ଜଣାପଡିଛି।

Leave A Reply

Your email address will not be published.