କଂଗ୍ରେସ ପକ୍ଷରୁ ୱାର୍ଡ ନମ୍ବର ୧୪ଓ ୧୫ ନମ୍ବର ପ୍ରାର୍ଥୀ ପତ୍ର ଦାଖଲ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ:ପୌର ପରିଷଦ ଅର୍ନ୍ତଗତ ୱାର୍ଡ ନଂ ୧୪(ମିନୁ ଚୌଧୁରୀ) ଓ ଓ୍ବାର୍ଡ ନଂ ୧୫(ଦୁର୍ଗା ଦାସ) ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀଭାବେ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏକ ବିଶାଳ ଶୋଭାଯାତ୍ରାରେ ଉଭୟ ୱାର୍ଡ ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସହ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଥୁରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, ପୂର୍ବତନ ପାରିଷଦ ରୀତାଞ୍ଜଳୀ ଦାସ, ସୁମିତ୍ରା ବିଶ୍ବାଳ, ଲୋପାମୁଦ୍ରା ମହାପାତ୍ର,ଅରୁପ ଜୀବନ ଚୌଧୁରୀ, ସାରଦା ପ୍ରସାଦ ଦାସ(ଲିଟୁ),କୃଷ୍ଣଚନ୍ଦ୍ର ପ୍ରଧାନ, ଦେବେନ୍ଦ୍ର ଦାସ, ଆର୍ତ୍ତତ୍ରାଣ ଭୋଇ,ଜଗନ୍ନାଥ ଦାସ, କ୍ଷେତ୍ରବାସୀ ଦାସ, ବିକ୍ରମ ଚୌଧୁରୀ,ଶୁସାନ୍ତ ବାରିକ, ଆଶିଷ ମହାନ୍ତି, ଅକ୍ଷୟ କାଣ୍ଡି,ବ୍ୟୋମଜିତ ଚୌଧୁରୀ, ଅତୁଲ୍ୟ ବିଶ୍ବାଳ, ଦିଲିପ କୁମାର ଦାସ, ସୁବାଷ ଚନ୍ଦ୍ର ଓଝା, ପ୍ରମୋଦ ମହାନ୍ତି,ଜଇନ ଦାସ, ଭବାନୀ ଶଙ୍କର ଦାସ,ବାପୁ ଦାସ,ସାଗର ମିର୍ଜାଙ୍କ ସହ ୱାର୍ଡର ବହୁ ସଂଖ୍ୟାକ ମହିଳା, ଯୁବକ ଭାଇ,ଭଉଣୀ, ଗୁରୁଜନମାନେ ଯୋଗଦେଇଥିଲେ।
ଏଠାରେ ସୂଚନାଯୋଗ୍ୟ ମିନୁ ଚୌଧୁରୀ ଓ ଦୁର୍ଗା ଦାସ ଉଭୟ ପୂର୍ବରୁ ପାରିଷଦ ଥିଲେ। ସେମାନଙ୍କର ଲୋକପ୍ରିୟତା ଆଜି ସେମାନଙ୍କର ପ୍ରାର୍ଥୀ ପତ୍ର ଦାଖଲରୁ ଜଣାପଡିଥିଲା ।

Leave A Reply

Your email address will not be published.