ଭଞ୍ଜନଗର ଓକିଲ ସଂଘ ନିର୍ବାଚନ;୧୨ଜଣଙ୍କ ନାମାଙ୍କନ ପତ୍ର ଦାଖଲ

0

ଭଞ୍ଜନଗର/ନିଲୁ ବିଷୋୟୀ : ଆସନ୍ତା ୨୬ ତାରିଖ ଦିନ ହେବାକୁ ଥିବା ଭଞ୍ଜନଗର ଓକିଲ ସଂଘ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହୋଇଛି। ଗତ ୫ ତାରିଖ ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହୋଇଛି। ଏଥିରେ ସଭାପତି ପଦବୀ ପାଇଁ ସନ୍ତୋଷ କୁମାର ନାୟକ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ବେଳେ ଉପସଭାପତି ଡ.ଶୁଶାନ୍ତ ତ୍ରିପାଠି ଏବଂ ଧୀରେନ କୁମାର ସ୍ବାଇଁ,ସମ୍ପାଦକ ପଦବୀ ପାଇଁ ଜ୍ୟୋତିରାଜ ପତି,ଅମରେଶ କୁମାର ମହାପାତ୍ର,ରଜତ କୁମାର ଦାଶ ଏବଂ ସହ ସମ୍ପାଦକ ପାଇଁ ଚନ୍ଦ୍ରମଣୀ ମହାପାତ୍ର ଏବଂ ଓମ୍ ପ୍ରକାଶ ପ୍ରଧାନ ନାମାଙ୍କନ ଦାଖଲ କରିଥିବା ବେଳେ କୋଷାଧ୍ୟକ୍ଷ ପଦ ପାଇଁ ଗିରିଜା ଶଙ୍କର ଭୂୟାଁ ଏବଂ କାର୍ଯ୍ୟକାରୀ କମିଟିରେ ନିରାକର ସାହୁ,ସ୍ନିଗ୍ଧା ଦାଶ ଓ ଅରୁଣ କୁମାର ପ୍ରଧାନ ପ୍ରାର୍ଥିପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଆସନ୍ତା ୯ ତାରିଖ ଦିନ ପ୍ରାର୍ଥିପତ୍ର ଯାଞ୍ଚ ପରେ ୧୧ ତାରିଖ ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ୧୨ ତାରିଖ ଦିନ ଚୁଡାନ୍ତ ତାଲିକା ପ୍ରକାଶ ପାଇବ। ଆସନ୍ତା ୨୬ ତାରିଖ ଦିନ ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ୪ ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଫଳାଫଳ ଘୋଷଣା ହେବ। ଏଥିରେ ନିର୍ବାଚନ ଅଧିକାରୀ ଭାବେ ରମେଶ କୁମାର ପଣ୍ଡା,ଲଡୁ କିଶୋର ଆଳତିଆ,ତ୍ରିନାଥ ମଲ୍ଲିକ୍ ଏବଂ ଅଭାଗିନୀ ବିଷୋୟୀ ପରିଚାଳନା କରୁଛନ୍ତି।

Leave A Reply

Your email address will not be published.