ଯୁବ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କଲା ବିଜେଡି

0

ବରପାଲିରୁ ମଇଦାନରେ ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ

ବରଗଡ :- ବରଗଡ ଜିଲ୍ଲା ବରପାଲି ଏନଏସି ଅଧ୍ୟକ୍ଷ ପଦ ପାଇଁ ଆଜି ତିନି ପ୍ରମୁଖ ଦଳ ତରଫରୁ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥର ଅଧ୍ୟକ୍ଷ ପଦ ପାଇଁ ବିଜେଡି ତରଫରୁ ଜିଲ୍ଲା ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ସ୍ଥାନୀୟ ବିଧାୟିକା ଶ୍ରୀମତି ରିତା ସାହୁ ଓ ଦଳୀୟ ନେତୃ ମଣ୍ଡଳୀ ଓ ଯୁବ ସମ୍ମର୍ଥକଙ୍କର ସହିତ ଏକ ଶୋଭାଯାତ୍ରା ରେ ବାହାରି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପ୍ରଦ୍ୟୁମ୍ନ ତ୍ରିପାଠୀ ପୂର୍ବରୁ ବରପାଲି ଏନ ଏ ସି ର ଉପାଧ୍ୟକ୍ଷ ଭାବରେ ଦାଇତ୍ଵ ନିର୍ବାହନ କରି ସାରିଛନ୍ତି ଜିଲ୍ଲା ଯୁବ ସଭାପତି ଭାବରେ ଦାଇତ୍ଵ ପାଇବା ପରେ ଯୁବକ ମାନଙ୍କର ମଧ୍ୟରେ ତାଙ୍କର ବେଶ ପ୍ରଭାବ ରହିଛି ତେଣୁ ଚଳିତ ନିର୍ବାଚନ ରେ ତାଙ୍କର ବିଜୟ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ସେହିଭଳି ଆଜି କଂଗ୍ରେସ ଦଳ ତରଫରୁ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ ଙ୍କର ପୁତ୍ର ଶ୍ରୀ ଅଭିଷେକ ସେଠ ଓ ଭାରତୀୟ ଜନତା ପାର୍ଟି ତରଫରୁ ଶ୍ରୀ ଅଜିତ ଦାସ ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରି ନିର୍ବାଚନରେ ବିଜୟ ହେବାର ଆଶା ରଖିଛନ୍ତି ।

 

Leave A Reply

Your email address will not be published.