ଭଞ୍ଜନଗର,/ନିଲୁ ବିଷୋୟୀ : ଭଞ୍ଜନଗର ବ୍ଲକ ୫୦ନଂ ଜୋନର ବଡ଼କୋଦଣ୍ତା ଓ ସାନକୋଦଣ୍ତା ପଞ୍ଚାୟତରେ ବିଜେପି ସମର୍ଥୀତ ସରପଞ୍ଚ ପ୍ରାଥୀ ମାନେ ବିଜୟ ହାସଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଉଭୟ ପଂଚାୟତରେ ବିଜୟୀ ଉତ୍ସବ ପାଳନ କରାଯାଇଛି। ବଡକୋଦଣ୍ତା ପଂଚାୟତର ନବ ନିର୍ବାଚିତ ସରପଞ୍ଚ ରେଶମା କୁମାରୀ ନାୟକ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଜନସାଧାରଣ ଙ୍କୁ ଭେଟି ତାଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରାଇଥିବା ରୁ କୃତଜ୍ଞତା ଜ୍ଞାପନ କରିଥିଲେ। ପଞ୍ଚାୟତରୁ ବହୁ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ। ସେହିପରି ସାନକୋଦଣ୍ତା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଲଷ୍ମଣ ନାୟକ ବିଭିନ୍ନ ଗ୍ରାମକୁ ଯାଇ ପଞ୍ଚାୟତ ବାସୀ ତାଙ୍କୁ ଯେଉଁ ବହୁ ମୂଲ୍ୟ ଭୋଟ ଦେଇ ବିଜୟୀ କରାଇଛନ୍ତି ସେ ନେଇ କୃତଜ୍ଞତା ଜ୍ଞାପନ କରିଥିଲେ। ଏଥି ସହିତ ସାନକୋଦଣ୍ତା ପଞ୍ଚାୟତରେ ବିକାଶ ଧାରାକୁ ଆଗେଇ ନେବାକୁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ଉଭୟ କାଯ୍ୟକ୍ରମ ରେ ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ର ଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.