ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଅନିଶ୍ଚିତ କ୍ୟାରିୟରକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର

0

ଭାରତର ମେଡିକାଲ କଲେଜରେ ସେମାନଙ୍କ ପଢା ବ୍ୟବସ୍ଥା କରାଇବା ପାଇଁ କଲେ ଅନୁରୋଧ

ଭୁବନେଶ୍ୱର : ରୁଷିଆ -ୟୁକ୍ରେନ ଯୁଦ୍ଧ କାରଣରୁ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ କ୍ୟାରିୟର ଓ ଭବିଷ୍ୟତ ଅନିଶ୍ଚିତ ହୋଇପଡିଥିବା ବେଳେ ସେମାନଙ୍କ କ୍ୟାରିୟରକୁ ନେଇ ଏକ ସମାଧାନ ପନ୍ଥା ନିର୍ଣ୍ଣୟ କରିବା ପ୍ରସଙ୍ଗ ନେଇ ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି | ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ , ରୁଷିଆ -ୟୁକ୍ରେନ ଯୁଦ୍ଧ କାରଣରୁ ଅନେକ ଡାକ୍ତରୀ ଛାତ୍ର ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି | ସେଠାରେ ମୁହାଁମୁହିଁ ତଥା ଉତ୍ତେଜନା ପରିସ୍ଥିତି ପରିପ୍ରେକ୍ଷୀରେ ସେମାନଙ୍କ କ୍ୟାରିୟର ଏବେ ଅନିଶ୍ଚିତତା ଭିତର ଦେଇ ଗତି କରୁଛି | ଏଭଳି ଅପ୍ରତ୍ୟାଶିତ ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନେ ଗୁରୁତର ମାନସିକ ଅସ୍ଥିରତା ଭିତରେ ଥିବା କାରଣରୁ ସେମାନଙ୍କ ପାଇଁ ଭାରତରେ ମେଡିକାଲ କଲେଜରେ ସେମାନଙ୍କ ଶିକ୍ଷାଦାନ ବ୍ୟବସ୍ଥା କରାଇବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି | ନ୍ୟାସନାଲ ମେଡିକାଲ କମିଶନ ଓ ସମ୍ପୃକ୍ତ ମନ୍ତ୍ରଣାଳୟ ମାଧ୍ୟମରେ ଜରୁରୀ ହସ୍ତକ୍ଷେପ କରିବା ପାଇଁ ତାଙ୍କ ପତ୍ରରେ ଉଲ୍ଲେଖ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି |

Leave A Reply

Your email address will not be published.