ପଦ୍ମପୁର : ପଦ୍ମପୁର ନିକଟସ୍ଥ ଜମଲା ହାଇସ୍କୁଲ ପଡ଼ିଆରେ ଆୟୋଜିତ ୨୨ତମ ଡ୍ରିମ୍ସ କ୍ୟାଚରଚର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ପ୍ରଥମ ସେମିଫାଇନାଲରେ ଘନାମାଲ ଦଳ ସାରଙ୍ଗପୁର ଦଳକୁ ହରାଇ ଏବଂ ଦ୍ବିତୀୟ ସେମିଫାଇନାଲରେ ଖଇରପାଲି ଦଳ ମହୁଲପାଲି ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲ ମ୍ୟାଚରେ ଖଇରପାଲି ଦଳ ଘନାମାଲ ଦଳକୁ ହରାଇ ଚମ୍ପିୟାନ ହୋଇଥିଲେ। ଆଜିର ଉଦଯାପନୀ ଉତ୍ସବରେ ଭୋଜରାଜ ବରିହା ମୁଖ୍ୟ ଅତିଥି ଏବଂ ମନୋରଞ୍ଜନ ପୁରୋହିତ, ଅମୃତଲାଲ ମେହେର, କ୍ଷେତ୍ରବାସୀ ଭୁଏ, ରବିଶଙ୍କର ଭୋଇ ଓ ରଜନୀ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ପୁରସ୍କାର ପ୍ରଦାନ କରିଥିଲେ । ଖଇରପାଲି ଦଳର ଅର୍ଜୁନ ମେନ ଅଫ ଦି ମେଚ ଓ ସିରିଜ ବିବେଚିତ ହୋଇଥିଲେ। ଆଜିର ମ୍ୟାଚରେ ରାଜୀବ ପୁରୋହିତ, ହନୁ ଅଗ୍ରୱାଲ, ଦିଲ୍ଲୀପ ଭୋଇ, ଅନ୍ତର୍ଯ୍ୟାମୀ ପ୍ରଧାନ ଅମ୍ପାୟାରିଂ ଏବଂ ପ୍ରଦୀପ ଓ ଗୋକୁଲା ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ଶ୍ୟାମବନ୍ଧୁ ବେହେରା, ରିଙ୍କୁ ସାହୁ, କୁମାର ଆନନ୍ଦ ଓ ଦିଲୀପ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ଜମଲା କ୍ରୀଡ଼ା କମିଟୀର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପିଣ୍ଟୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.