ଗାଇସିଲେଟ : ଗାଇସିଲେଟ ବ୍ଲକ ଅନ୍ତର୍ଗତ ବରିହା ପୁଖାପାଣି ଗାଁର ବିଦ୍ଯାଧର ଗୁରୁ ( ୪୪) ଗତ କାଲି ରାତିରେ ଅସୁସ୍ଥ ତା ଅନୁଭଵ କରିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ବୁର୍ଲା ଡ଼ାକ୍ତରଖାନା କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କ ବ୍ରେନ୍ ଷ୍ଟୋକ ହୋଇଛି ବୋଲିକହିଥିଲେ। ଏବଂ ଚିକିତ୍ସା ଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଛି।ସେ କେନ୍ଧୁଭଟା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ଶିକ୍ଷକତା କରୁଥିଲେ। ତାଙ୍କ ପଛରେ ବାପା, ମା, ସ୍ତ୍ରୀ,ଦୁଇଝିଅ,ଭାଇ ଙ୍କୁ ଛାଡି ଯାଇଛନ୍ତି। ନିଜ ପୈତୃକ ଗାଁ ବରିହାପୁଖାପାଣି ସ୍ଵର୍ଗଦ୍ଵାର ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।ଏ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।ସେ ଜଣେ ପରୋପକାରି ମେଲାପି ବ୍ୟକ୍ତି ଥିଲେ। ତାଙ୍କ ବିୟୋଗ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.